Weather Report: ଦେଶର ବିଭିନ୍ନ ରାଜ୍ୟରେ ମାତ୍ରାଧିକ ଖରା ଓ ଗରମ ଅସ୍ତବ୍ୟସ୍ତ୍ୟ କରି ଦେଇଛି। ରାଜସ୍ଥାନ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଗୁଜୁରାଟ ପାଇଁ ଆଇଏମଡି 'ରେଡ ଆଲର୍ଟ' ଜାରି କରିଛି। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ, ଛତିଶଗଡ ଏବଂ ମହାରାଷ୍ଟ୍ରର କିଛି ଅଞ୍ଚଳରେ ଏହି ଉତ୍ତାପ ଜାରି ରହିବ। ଆଇଏମଡି ଅନୁଯାୟୀ ଆସନ୍ତା ଚାରି ଦିନ ମଧ୍ୟରେ ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଦିଲ୍ଲୀ ଏବଂ ରାଜସ୍ଥାନରେ ମଧ୍ୟ ରାତିରେ ଗ୍ରୀଷ୍ମୋତ୍ତାପ ଲୋକଙ୍କୁ କଲବଲ କରି ଦେଇଛି।
ରବିବାର ରାଜସ୍ଥାନର ଫଲୋଦି ଦେଶର ସବୁଠାରୁ ଉତ୍ତପ୍ତ ସ୍ଥାନ ଭାବେ ରେକର୍ଡ କରିଛି। ଏଠାରେ ରେକର୍ଡ ହୋଇଥିବା ସର୍ବାଧିକ ତାପମାତ୍ରା ୪୯.୮ ଡିଗ୍ରୀ ସେଲସିୟସ ରୋକର୍ଡ ହୋଇଛି। ଗୋଟିଏ ଦିନ ପୂର୍ବରୁ ଏହି ସହରର ତାପମାତ୍ରା ୫୦ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା। ସେପଟେ ପ୍ରବଳ ଉତ୍ତାପରୁ ମୁକ୍ତି ପାଇବା ପାଇଁ ଜୟପୁରର ବିଭିନ୍ନ ସ୍ଥାନରେ ୱାଟର ସ୍ପ୍ରେ କରାଯାଉଛି। ଏହି ସମୟ ମଧ୍ୟରେ ପୋଲିସ କର୍ମଚାରୀମାନେ ମଧ୍ୟ ପାଣି ସ୍ପ୍ରେ ତଳେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଜୟପୁରରେ ପ୍ରବଳ ଖରା-ଗରମରୁ ଲୋକଙ୍କୁ ଆଶ୍ୱସ୍ତି ଯୋଗାଇବା ପାଇଁ ମ୍ୟୁନିସିପାଲିଟି କର୍ପୋରେସନ୍ ରାମବାଗ ଛକଠାରେ ଗ୍ରୀନ୍ ସେଡ୍ ତିଆରି କରିଛି।
ରେମାଲ୍ ଉତ୍ତର ବଙ୍ଗୋପସାଗରେ ଆଗକୁ ବଢୁଛି। ଭୀଷଣ ବାତ୍ୟା ରେମାଲ୍ ର ଗତି ମୁଖ୍ୟତ ଉତ୍ତର ଦିଗକୁ ରହିବ। ଓ ଏହା ଆହୁରି ତ୍ରୀବ ରୂପ ଧାରଣ କରିବା ସହ ଘଣ୍ଟାପ୍ରତି ପବନର ବେଗ ୧୧୦ରୁ ୧୨୦ କିମି ରହିବ। ଆଜି ମଧ୍ୟରାତିରେ ଏହା ସାଗର ଦୀପ ଓ ଖେପୁପରା ମଧ୍ୟରେ ପାଖାପାଖି ଦକ୍ଷିଣ ପଶ୍ଚିମ ମଙ୍ଗଲା (ବାଂଲାଦେଶ ପାଖରେ ଥିବା ଏକ ସ୍ଥାନ) ଦେଇ ସ୍ଥଳ ଭାଗ ଛୁଇଁବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ସେପଟେ ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଅଞ୍ଚଳରୁ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ପାଣିପାଗ ବିଭାଗ ଅନୁଯାୟୀ ସମୟ ପୂର୍ବରୁ ମୌସୁମୀ ଦେଶରେ ପ୍ରବେଶ କରିବାକୁ ଯାଉଛି। ଫଳରେ ଦେଶବାସୀଙ୍କୁ ଏହି ଭୀଷଣ ଗରମରୁ ଆଶ୍ୱସ୍ତି ମିଳିବାକୁ ଯାଉଛି। ଭାରତ ପାଣିପାଗ ବିଭାଗ (ଆଇଏମଡି) ଏ ସମ୍ପର୍କରେ ଏକ ବଡ଼ ଅପଡେଟ ପ୍ରଦାନ କରିଛି। ମୌସୁମୀ ପ୍ରଥମେ କେରଳରେ ଖୁବଶୀଘ୍ର ପ୍ରବେଶ କରିବାକୁ ଯାଉଛି। ପ୍ରତିବର୍ଷ ଜୁନ୍ ୧ରୁ ଜୁନ୍ ୪ ମଧ୍ୟରେ ମୌସୁମୀ କେରଳରେ ପ୍ରବେଶ କରିଥାଏ। କିନ୍ତୁ ଚଳିତ ବର୍ଷ ଆଗାମୀ ୪ ତାରିଖ ମଧ୍ୟରେ ମୌସୁମୀ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ବାବଦରେ ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ମୌସୁମୀର ପ୍ରବେଶ ଶୀଘ୍ର ନୁହେଁ। ତେବେ ମୌସୁମୀ ପ୍ରଭାବରେ କେରଳରେ ବର୍ଷା ହେବାର ସମ୍ଭାବନା ରହିଛି।