Hindi News >>Home >>Odisha Trending

ପଶୁପତିନାଥଙ୍କ ବିନା ଅସମ୍ପୂର୍ଣ୍ଣ କେଦାରନାଥଙ୍କ ଦର୍ଶନ, ଜାଣନ୍ତୁ କ'ଣ ରହିଛି ସଂଯୋଗ

Pashupatinath Jyotirling Darshan: କେଦାରନାଥ ଧାମ ଦେଶର ପ୍ରମୁଖ ୫ଟି ପୀଠ ମଧ୍ୟରେ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଭକ୍ତଟିଏ ମାନସିକ ରଖି ବାବା କେଦାରନାଥଙ୍କ ଦର୍ଶନ କଲେ ବାବା ନିଶ୍ଚିତ ଭାବରେ ଭକ୍ତର ଇଚ୍ଛା ପୂରଣ କରନ୍ତି ବୋଲି କୁହାଯାଏ । ବିଶେଷକରି ବାବା କେଦାରନାଥଙ୍କ ଦର୍ଶନ ପାଇଁ ଏଠାକୁ ଆସୁଥିବା ଭକ୍ତମାନଙ୍କୁ ବାବା ସମସ୍ତ ପାପରୁ ମୁକ୍ତି ଦିଅନ୍ତି ବୋଲି ଦୃଢ ବିଶ୍ୱାସ ଭକ୍ତଙ୍କ ମନରେ ରହିଛି ।

Advertisement
ପଶୁପତିନାଥଙ୍କ ବିନା ଅସମ୍ପୂର୍ଣ୍ଣ କେଦାରନାଥଙ୍କ ଦର୍ଶନ, ଜାଣନ୍ତୁ କ'ଣ ରହିଛି ସଂଯୋଗ
Soubhagya Ranjan Mishra|Updated: Jun 19, 2024, 04:55 PM IST
Share

Pashupatinath Jyotirling Darshan: ବିଶ୍ୱାସ ଅନୁଯାୟୀ ଭଗବାନ ଶିବଶଙ୍କରଙ୍କ ୧୨ଟି ଜ୍ୟୋତିର୍ଲିଙ୍ଗ ରହିଛି । ସେମଧ୍ୟରେ ବାବା କେଦାରନାଥ ଧାମରେ ଥିବା ଜ୍ୟୋତିର୍ଲିଙ୍ଗ ମଧ୍ୟ ଅନ୍ତର୍ଭୁକ୍ତ । କେଦାରନାଥରେ ଥିବା ଜ୍ୟୋତିର୍ଲିଙ୍ଗ ପ୍ରଭୁ ଶିବଙ୍କର ଏକାଦଶ ଜ୍ୟୋତିର୍ଲିଙ୍ଗ ଭାବରେ ପରିଗଣିତ ହୋଇଥାଏ । ଏହି ସ୍ଥାନକୁ ଭ୍ରମଣ କରି ବାବାଙ୍କୁ ଦର୍ଶନ କରିବା ଦ୍ୱାରା ଭକ୍ତମାନଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । କେଦାରନାଥ ଧାମର ପ୍ରତ୍ୟେକ ଧୂଳି କଣିକାରେ ଶିବଙ୍କ ଉପସ୍ଥିତି ଅନୁଭବ କରାଯାଏ ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି । ପ୍ରତିବର୍ଷ ବହୁ ସଂଖ୍ୟକ ଭକ୍ତ ବିପଦପୂର୍ଣ୍ଣ ରାସ୍ତା ଅତିକ୍ରମ କରି କେଦାରନାଥ ଧାମରେ ପହଞ୍ଚିଥାନ୍ତି ।

କେଦାରନାଥ ଧାମ ଦେଶର ପ୍ରମୁଖ ୫ଟି ପୀଠ ମଧ୍ୟରେ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଭକ୍ତଟିଏ ମାନସିକ ରଖି ବାବା କେଦାରନାଥଙ୍କ ଦର୍ଶନ କଲେ ବାବା ନିଶ୍ଚିତ ଭାବରେ ଭକ୍ତର ଇଚ୍ଛା ପୂରଣ କରନ୍ତି ବୋଲି କୁହାଯାଏ । ବିଶେଷକରି ବାବା କେଦାରନାଥଙ୍କ ଦର୍ଶନ ପାଇଁ ଏଠାକୁ ଆସୁଥିବା ଭକ୍ତମାନଙ୍କୁ ବାବା ସମସ୍ତ ପାପରୁ ମୁକ୍ତି ଦିଅନ୍ତି ବୋଲି ଦୃଢ ବିଶ୍ୱାସ ଭକ୍ତଙ୍କ ମନରେ ରହିଛି । ପାଣ୍ଡବମାନେ କରିଥିବା ହତ୍ୟାର ପାପରୁ ମଧ୍ୟ ଭଗବାନ ଶିବ ମୁକ୍ତି ଦେଇଥିଲେ । ବିଶ୍ୱାସ ରହିଛି ଯେ, ଯେଉଁ ଭକ୍ତ ବାବାଙ୍କ ଦର୍ଶନ ପାଇଁ କେଦାରନାଥ ଧାମରେ ​​ପହଞ୍ଚନ୍ତି, ବାବା ତାଙ୍କୁ ସମସ୍ତ ପାପରୁ ମୁକ୍ତି ଦେଇଥାନ୍ତି ।

ଶିବପୁରାଣରେ ଥିବା ତଥ୍ୟ ଅନୁଯାୟୀ, ଭକ୍ତମାନେ କେଦାରନାଥ ଧାମ ପରିଦର୍ଶନ କରି ମହାଦେବଙ୍କ ବିଶେଷ ଆଶୀର୍ବାଦ ପାଇଥାନ୍ତି । ସାଂସାରିକ ସୁଖ ଉପଭୋଗ କରିବା ପରେ ସିଧାସଳଖ ସ୍ୱର୍ଗ ପ୍ରାପ୍ତି ହୋଇଥାଏ । ଲିଙ୍ଗ ପୁରାଣଙ୍କ ଅନୁଯାୟୀ, ଯେକୈଣସି ବ୍ୟକ୍ତି ସନ୍ୟାସ ହୋଇ କେଦାରକୁଣ୍ଡରେ ଅବସ୍ଥାନ କଲେ ତାଙ୍କୁ ଶିବଙ୍କର ଶକ୍ତି ପ୍ରାପ୍ତ ହୁଏ ବୋଲି କୁହାଯାଏ ।

ଉତ୍ତରପ୍ରଦେଶର କେଦାରନାଥ ସହିତ ନେପାଳର ପଶୁପତିନାଥଙ୍କ ଏକ ବିଶେଷ ସଂଯୋଗ ରହିଛି ବୋଲି ବିବେଚନା କରାଯାଏ । ପଶୁପତିନାଥଙ୍କ ଦର୍ଶନ ବିନା କେଦାରନାଥଙ୍କ ଦର୍ଶନ ଅସମ୍ପୂର୍ଣ୍ଣ ବୋଲି ଧରାଯାଏ । ବିଶ୍ୱାସ କରାଯାଏ ଯେ, ଭଗବାନ ଶିବଙ୍କ ଶରୀର କେଦାରନାଥରେ ଏବଂ ଶିବଙ୍କ ମୁଖ ପଶୁପତିନାଥରେ ଅବସ୍ଥିତ । ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ, କେଦାରନାଥଙ୍କ ଦର୍ଶନ ବିନା ପଶୁପତିନାଥ ମନ୍ଦିରର ଦର୍ଶନ ମଧ୍ୟ ଅସମ୍ପୂର୍ଣ୍ଣ । ପଶୁପତିନାଥ ମନ୍ଦିର ପରିଦର୍ଶନ କରିବା ପରେ ବାବାଙ୍କ ବିଶେଷ କୃପା ଲାଭ କରିବାକୁ ବାବା କେଦାରନାଥଙ୍କୁ ଦର୍ଶନ କରିବା ଆବଶ୍ୟକ ବୋଲି ବିବେଚନା କରାଯାଏ ।

କେଦାରନାଥ ଏବଂ ପଶୁପତିନାଥଙ୍କ ସଂଯୋଗ
କିମ୍ବଦନ୍ତୀ ଅନୁଯାୟୀ ମହାଭାରତ ଯୁଦ୍ଧରେ ନିଜ ପ୍ରିୟଜନଙ୍କ ରକ୍ତ ଝରାଇବା ଦେଖି ଭଗବାନ ଶିବ ପାଣ୍ଡବଙ୍କ ଉପରେ ଅତ୍ୟଧିକ କ୍ରୋଧିତ ହୋଇଥିଲେ। ଏହା ପରେ ପାଣ୍ଡବ କ୍ଷମା ମାଗିବା ପାଇଁ ଶିବଙ୍କୁ ଭେଟିବା ପାଇଁ କାଶୀରେ ପହଞ୍ଚିଥିଲେ। କିନ୍ତୁ ଶିବ ସେଠାରୁ ବିଲୁପ୍ତ ହୋଇ କେଦାରନାଥ ଧାମକୁ ଚାଲିଯାଇଥିଲେ । ଯେତେବେଳେ ଶିବଙ୍କୁ ଦର୍ଶନ ପାଇଁ ପାଣ୍ଡବମାନେ କେଦାରନାଥ ଧାମରେ ​​ପହଞ୍ଚିଥିଲେ, ସେତେବେଳେ ପ୍ରଭୁ ଏକ ମଇଁଷି ରୂପ ଧାରଣ କରିନେଇଥିଲେ ।

ଏହି ସମୟରେ ଗଦାଧାରୀ ଭୀମ ଉକ୍ତ ମଇଁଷିଟିକୁ ଧରିନେଇଥିଲେ । ଏହି ସମୟରେ ମଇଁଷିଟିର ପାଟି ଏକ ସ୍ଥାନରେ ଏବଂ ଶରୀର ଏକ ସ୍ଥାନରେ ରହିଥିଲା । ସେବେଠାରୁ କେଦାରନାଥ ଏବଂ ପଶୁପତିନାଥରେ ଶିବଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । 

Also Read- Rahu Gochar 2024 : ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ, ୫ରାଶିର ବ୍ୟକ୍ତିଙ୍କୁ ମିଳିବ ଧନ !

Read More
{}{}