Home >>Odisha Trending

Indigo Pilot: ବିମାନ ଚାଳକଙ୍କୁ ମୁଥ ମାରିଲେ ଯାତ୍ରୀ, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଖରାପ ପାଗ ଯୋଗୁଁ ବିମାନ ଉଡ଼ାଣରେ ବାଧା ସୃଷ୍ଟି ହେଉଛି। ଉଡ଼ାଣ ଓ ଅବତରଣ ପାଇଁ ପ୍ରାୟ ୪୦୦ ବିମାନ ବିଳମ୍ବ ହୋଇଥିବା ସୂଚନା ରହିଛି। ଏହି ସମୟରେ ଦିଲ୍ଲୀରେ ବିମାନ ଉଡ଼ାଣରେ ବିଳମ୍ବ ହେତୁ ଜଣେ ଯାତ୍ରୀ କ୍ରୋଧରେ ଜର୍ଜରିତ ବିମାନ ଚାଳକଙ୍କୁ ମୁଥ ମାରିବାକୁ ପଛାଇନଥିଲେ।  ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗ

Advertisement
Indigo Pilot: ବିମାନ ଚାଳକଙ୍କୁ ମୁଥ ମାରିଲେ ଯାତ୍ରୀ, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ
Zee Odisha Desk|Updated: Jan 15, 2024, 12:48 PM IST
Share

Indigo Pilot: ନୂଆଦିଲ୍ଲୀ: ଖରାପ ପାଗ ଯୋଗୁଁ ବିମାନ ଉଡ଼ାଣରେ ବାଧା ସୃଷ୍ଟି ହେଉଛି। ଉଡ଼ାଣ ଓ ଅବତରଣ ପାଇଁ ପ୍ରାୟ ୪୦୦ ବିମାନ ବିଳମ୍ବ ହୋଇଥିବା ସୂଚନା ରହିଛି। ଏହି ସମୟରେ ଦିଲ୍ଲୀରେ ବିମାନ ଉଡ଼ାଣରେ ବିଳମ୍ବ ହେତୁ ଜଣେ ଯାତ୍ରୀ କ୍ରୋଧରେ ଜର୍ଜରିତ ବିମାନ ଚାଳକଙ୍କୁ ମୁଥ ମାରିବାକୁ ପଛାଇନଥିଲେ।  ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବିମାନ ଚାଳକଙ୍କୁ କରିଥିଲେ ଆକ୍ରମଣ
ଭାଇରାଲ ହୋଇଥିବା ଭିଡ଼ିଓରେ ବ୍ୟକ୍ତି ଜଣକ ପାଇଲଟଙ୍କୁ ପିଟିଥିବା ଦେଖିବାକୁ ମିଳିବ। ବିମାନ ସୁରକ୍ଷା ଏଜେନ୍ସି ଏହି ଘଟଣାର ଅବଗତ ହୋଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଖବର ମୁତାବକ, କୁହୁଡି ଯୋଗୁଁ ପାଇଲଟ ଦିଲ୍ଲୀରୁ ଗୋଆ ଅଭିମୁଖେ ଯାତ୍ରା ବିଳମ୍ବ ହେତୁ ପାଇଲଟ ମାଇକ୍ରୋଫୋନରେ ଯାତ୍ରୀମାନଙ୍କୁ ସୂଚନା ଦେଉଥିବା ବେଳେ ଏହି ଘଟଣା ଘଟିଛି। ଏହି ସମୟ ମଧ୍ୟରେ ଯାତ୍ରୀ ପାଇଲଟଙ୍କୁ ପିଟିଥିଲେ।

ରବିବାର ଅପରାହ୍ନ ୧ଟାରେ ଏହି ଘଟଣା ଘଟିଛି। ଏହି ଯାତ୍ରୀ ଜଣକ ସାହିଲ କାଟାରିଆ ବୋଲି ଜଣାପଡିଛି। ଏହି ଘଟଣାରେ ଦିଲ୍ଲୀ ପୋଲିସ କହିଛି ଯେ ଆମେ ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଇଣ୍ଡିଗୋ ମଧ୍ୟ ଯାତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛି। 

ସେପଟେ ଏହି ଘଟଣାକୁ ନେଇ ଯାତ୍ରୀଙ୍କର ମିଶ୍ରିତ ପ୍ରତିକ୍ରିୟା ଆସିଛି। ଜଣେ ୟୁଜର କହିଛନ୍ତି କି ବିମାନ ଉଡ଼ାଣରେ ବିଳମ୍ବ ହେଲେ ପାଇଲଟ କଣ କରିପାରିବେ। ସେ କେବଳ ତାଙ୍କ କାର୍ଯ୍ୟ କରୁଛନ୍ତି। ଏହି ବ୍ୟକ୍ତିଙ୍କୁ ଗିରଫ କରାଯିବାର ଆବଶ୍ୟକତା ରହିଛି। ଏହି ଅଭିଯୁକ୍ତଙ୍କ ଫଟୋକୁ ସାର୍ବଜନୀନ କରାଯାଉ ବୋଲି ସେ ଦାବି କରିଛନ୍ତି। ଯାହା ଫଳରେ ଅନ୍ୟମାନେ ମଧ୍ୟ ଏହାର କଲାକର୍ମ ସମ୍ପର୍କରେ ଜାଣି ପାରିବେ। ସେହିପରି ଅନ୍ୟ ଜଣେ ୟୁଜର କହିଛନ୍ତି କି ଏହି ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯିବାର ଆବଶ୍ୟକ ରହିଛି। ଏହାକୁ ନୋ ଫ୍ଲାଇ ତାଲିକାରେ ପକାଇବାର ଆବଶ୍ୟକ ରହିଛି। 

Read More
{}{}