Home >>Odisha Trending

Earthquake Explainer: କାହିଁକି ଆସିଥାଏ ଭୂକମ୍ପ? କେବେ କେତେ ପରିମାଣରେ ଆଣିଥାଏ ବିନାଶ?

When Earthquakes become Destructive: କାହିଁକି ପୃଥିବୀ ପୃଷ୍ଠରେ ଅନୁଭୂତ ହୋଇଥାଏ ଭୂକମ୍ପ? କେବେ ଭୂମିକମ୍ପ କାରଣରୁ ସୃଷ୍ଟି ହୋଇଥାଏ ବିନାଶ?

Advertisement
Earthquake Explainer: କାହିଁକି ଆସିଥାଏ ଭୂକମ୍ପ? କେବେ କେତେ ପରିମାଣରେ ଆଣିଥାଏ ବିନାଶ?
Zee Odisha Desk|Updated: Jan 01, 2024, 05:55 PM IST
Share

Why are Earthquakes felt on Earths Surface: ନୂତନ ବର୍ଷ ୨୦୨୪ ଆରମ୍ଭରୁ ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରି ଉଠିଛି ଜାପାନ। ଜାନୁଆରୀ ୧ ତାରିଖ ସୋମବାର ଦେଶର ପଶ୍ଚିମ ଉପକୂଳରେ ଅନୁଭୂତ ହୋଇଥିବା  ୭.୬ ତୀବ୍ରତା  ବିଶିଷ୍ଟ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ସୁନାନୀ ଚେତାବନୀ ଜାରି ହୋଇଛି। ଜାପାନ ସରକାର ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ବର୍ତ୍ତମାନ କେବଳ ଜାପାନ ନୁହେଁ ବରଂ ଦକ୍ଷିଣ କୋରିଆ ଏବଂ ଋଷିଆ ଉପକୂଳରେ ମଧ୍ୟ ସୁନାମୀ ପାଇଁ  ସତର୍କତା ଜାରି ହୋଇଛି। ପ୍ରାୟ ୧ ମିଟର ଉଚ୍ଚତା ପର୍ଯ୍ୟନ୍ତ ସୁନାମୀ ଲହର ଉଠିବାର ସମ୍ଭାବନା ରହିଥିବାର କୁହାଯାଉଛି। ହେଲେ ଦକ୍ଷିଣ କୋରିଆ ଉପକୂଳରେ ୦.୩ ମିଟର ଠାରୁ କମ୍ ଉଚ୍ଚତାର ସୁନାମୀ ତରଙ୍ଗ ଉଠିବା ନେଇ ପୂର୍ବାନୁମାନ କରାଯାଇଛି।

ସୋମବାର ଜାପାନ ପଶ୍ଚିମ ଉପକୂଳରେ ଅନୁଭୂତ ହୋଇଥିବା ୭.୬ ତୀବ୍ରତା ବିଶିଷ୍ଟ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ସୁନାନୀ ଚେତାବନୀ ଜାରି ହୋଇଛି। ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ପରେ ସମୁଦ୍ରରେ ଉଠୁଥିବା  ସୁନାମୀ ତରଙ୍ଗ ସ୍ଥାନୀୟ ଭାବରେ ଆଶା କରାଯାଉଥିବା ଠାରୁ ଅଧିକ ଉଚ୍ଚତା ବିଶିଷ୍ଟ ହୋଇପାରେ। ହେଲେ ସୁନାମୀ ପ୍ରଭାବରୁ ବର୍ତ୍ତିବା ପାଇଁ ଉଚ୍ଚ ସ୍ଥାନକୁ ସ୍ଥାନ୍ତନରିତ ହେବା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ଏହା  ସହିତ ସୁନାମି ଦୀର୍ଘ ସମୟ ପର୍ଯ୍ୟନ୍ତ ବଢିବାକୁ ଲାଗିଥାଏ। ଶକ୍ତିଶାଳୀ ଭୂକମ୍ପ କାରଣରୁ ଜାରି ହୋଇଥିବା ସୁନାମୀ ଚେତାବନୀ ନ ହଟିବା ପର୍ଯ୍ୟନ୍ତ ଆପଣ ଆପଣଙ୍କର ସୁରକ୍ଷିତ ସ୍ଥାନ ଛାଡନ୍ତୁ ନାହିଁ। 

କାହିଁକି ଅନୁଭୂତ ହୋଇଥାଏ ଭୂକମ୍ପ ଝଟକା?
ପୃଥିବୀ ପୃଷ୍ଠରେ ୭ ଅଶ୍ମମଣ୍ଡଳୀୟ ପ୍ଲେଟ୍ ମହଜୁଦ ରହିଛି। ଯାହା କ୍ରମାଗତ ଭାବରେ ଘୂର୍ଣ୍ଣନ କରିଥାଏ। ଯେଉଁ ଜୋନ୍ ଠାରେ ଅଶ୍ମମଣ୍ଡଳୀୟ ପ୍ଲେଟ ପରସ୍ପର ମଧ୍ୟରେ ଧକ୍କା ହୋଇଥାଏ, ତାହାକୁ ଫଲ୍ଟ ଲାଇନ କୁହାଯାଏ। ବାରମ୍ବାର ଧକ୍କା ହେତୁ ପ୍ଲେଟ୍ କୋଣ ବଙ୍କା ହୋଇଯାଇଥାଏ। ଯେତେବେଳେ ଅତ୍ୟଧିକ ଚାପ ସୃଷ୍ଟି ହୋଇଥାଏ, ସେତେବେଳେ ପ୍ଲେଟ ଭାଙ୍ଗିଯିବା ଆରମ୍ଭ କରିଥାଏ। ନିମ୍ନରେ ଥିବା ଶକ୍ତି ବାହାରକୁ ଆସିବା ପାଇଁ ଏକ ବାଟ ଖୋଜିଥାଏ। ଯାହା ଦ୍ୱାରା ପୃଥିବୀ ପୃଷ୍ଠରେ ଭୂକମ୍ପ ଝଟକା ଅନୁଭୂତ ହୋଇଥାଏ।

କେବେ କେତେ ପରିମାଣରେ ବିନାଶ ଆଣିଥାଏ ଭୂକମ୍ପ? 

  • ଯେତେବେଳେ ରିକ୍ଟର ସ୍କେଲ ଅନୁସାରେ ଭୂକମ୍ପ ତୀବ୍ରତା ୦ ଠାରୁ ୧.୯ ମଧ୍ୟରେ ହୋଇଥାଏ ସେତେବେଳେ କେବଳ ଭୂକମ୍ପ ଅନୁଭୂତ ହୋଇଥିବାର ଜଣାପଡ଼େ।
  • ଯେତେବେଳେ ରିକ୍ଟର ସ୍କେଲ ଅନୁସାରେ ଭୂକମ୍ପ ତୀବ୍ରତା ୨ ଠାରୁ ୨.୯ ମଧ୍ୟରେ ହୋଇଥାଏ, ସେତେବେଳେ ସାମାନ୍ୟ କମ୍ପନ ଅନୁଭୂତ ହୋଇଥାଏ।
  • ଯେତେବେଳେ ରିକ୍ଟର ସ୍କେଲ ଅନୁସାରେ ଭୂକମ୍ପ ତୀବ୍ରତା ୩ ଠାରୁ ୩.୯ ମଧ୍ୟରେ ହୋଇଥାଏ, ସେତେବେଳେ ଏକ ଟ୍ରକ୍ ଆପଣଙ୍କ ନିକଟରେ ଯାଉଥିବାର ଅନୁଭୂତ ହୋଇଥାଏ।|
  • ଯେତେବେଳେ ରିକ୍ଟର ସ୍କେଲ ଅନୁସାରେ ଭୂକମ୍ପ ତୀବ୍ରତା ୪ ଠାରୁ ୪.୯ ମଧ୍ୟରେ ହୋଇଥାଏ, ସେତେବେଳେ ଘରର ଝରକା ଭାଙ୍ଗି ଯାଇପାରେ କିମ୍ବା ଘରର କାନ୍ଥରେ ଲଗାଯାଇଥିବା ଫ୍ରେମ୍ ଖସି ପଡ଼ିଥାଏ।
  • ଯେତେବେଳେ ରିକ୍ଟର ସ୍କେଲ ଅନୁସାରେ ଭୂକମ୍ପ ତୀବ୍ରତା ୫ ଠାରୁ ୫.୯ ମଧ୍ୟରେ ହୋଇଥାଏ, ସେତେବେଳେ ଘରର ଆସବାବପତ୍ର ଥରି ଉଠିଥାଏ।
  • ଯେତେବେଳେ ରିକ୍ଟର ସ୍କେଲ ଅନୁସାରେ ଭୂକମ୍ପ ତୀବ୍ରତା ୬ ଠାରୁ ୬.୯ ମଧ୍ୟରେ ହୋଇଥାଏ, ସେତେବେଳେ କୋଠା ଘରର ମୂଳଦୂଆ ଭାଙ୍ଗି ଯାଇପାରେ। ଘରର ଉପର ମହଲାରେ କ୍ଷୟକ୍ଷତି ହୋଇପାରେ।
  • ଯେତେବେଳେ ରିକ୍ଟର ସ୍କେଲ ଅନୁସାରେ ଭୂକମ୍ପ ତୀବ୍ରତା ୭ ଠାରୁ ୭.୯ ମଧ୍ୟରେ ହୋଇଥାଏ, ସେତେବେଳେ କୋଠା ଘର ଭୂଷୁଡି ପଡିଥାଏ। ଅଣ୍ଡର ଗ୍ରାଉଣ୍ଡ ମଧ୍ୟରେ ରହିଥିବା ପାଇପ୍ ଫାଟି ଯାଇଥାଏ।
  • ଯେତେବେଳେ ରିକ୍ଟର ସ୍କେଲ ଅନୁସାରେ ଭୂକମ୍ପ ତୀବ୍ରତା ୮ ଠାରୁ ୮.୯ ମଧ୍ୟରେ ହୋଇଥାଏ, ସେତେବେଳେ କୋଠାଘର ଏବଂ ବଡ଼ ବଡ଼ ପୋଲ ଭୁଷୁଡି ପଡ଼ିଥାଏ। ଏପରିକି ସୁନାମୀ ହେବାର ଆଶଙ୍କା ରହିଥାଏ।
  • ଯେତେବେଳେ ରିକ୍ଟର ସ୍କେଲ ଅନୁସାରେ ଭୂକମ୍ପ ତୀବ୍ରତା ୯ କିମ୍ବା ଏହା ଠାରୁ ଅଧିକ ହୋଇଥାଏ ସେତେବେଳେ ଭୂକମ୍ପ ସମ୍ପୂର୍ଣ୍ଣ ବିନାଶର କାରଣ ହୋଇପାରେ। ଯଦି କେହି ଖୋଲା ସ୍ଥାନରେ ଠିଆ ହୋଇଥାନ୍ତି, ତାହେଲେ ସେ ପୃଥିବୀ ପୃଥିବୀ ପୃଷ୍ଠ କମ୍ପି ଉଠୁଥିବାର ଦେଖିପାରିବେ। ଯଦି ସମୁଦ୍ର ନିକଟବର୍ତ୍ତୀ ହୋଇଥାଏ ତାହେଲେ ସୁନାମୀ ନିଶ୍ଚିତ।

ଏକ ଭୂମିକମ୍ପରେ ରିକ୍ଟର ସ୍କେଲ ପ୍ରତ୍ୟେକ ସ୍କେଲ ପୂର୍ବ ସ୍କେଲ ତୁଳନାରେ ୧୦ ଗୁଣ ଅଧିକ ଶକ୍ତିଶାଳୀ।

 

Read More
{}{}