Hindi News >>Home >>Odisha Trending

'ସାର୍, ମୋର ସ୍ୱାମୀ ନଂପୁସକ..' ଥାନାରେ ପହଞ୍ଚି ଶାଶୁଘର ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ କନ୍ୟା

Marriage and cheating: ବୃନ୍ଦା ଠାରେ ଜଣେ ମହିଳା ସ୍ୱାମୀ ଓ ଶାଶୁଘର ଲୋକଙ୍କ ବିରୋଧରେ ତାଙ୍କୁ ଧୋକା ଓ ଯୌତୁକ ପାଇଁ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି । ମହିଳା ଜଣକ କହିଛନ୍ତି, ତାଙ୍କ ସ୍ୱାମୀ ଜଣେ ନଂପୁସକ। ଶାଶୁଘର ଲୋକେ ଧୋକାରେ ରଖି ବିବାହ କରାଇଥିଲେ। ମହିଳା ଜଣକ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଶାଶୁଘର ଲୋକେ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଉଛନ୍ତି।

Advertisement
'ସାର୍, ମୋର ସ୍ୱାମୀ ନଂପୁସକ..' ଥାନାରେ ପହଞ୍ଚି ଶାଶୁଘର ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ କନ୍ୟା
Soubhagya Ranjan Mishra|Updated: Dec 24, 2023, 07:18 PM IST
Share

Marriage and cheating: ୟୁପିର ବୃନ୍ଦାଠାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ନବ ବିବାହିତା ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ନେଇ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ମହିଳା ଜଣକ କହିଛନ୍ତି ଯେ, ତାଙ୍କ ସ୍ୱାମୀ ଜଣେ ନଂପୁସକ ।  ବିବାହ ପୂର୍ବରୁ ଏହି ତଥ୍ୟ ତାଙ୍କଠାରୁ ଲୁଚା ଯାଇଥିଲା। ଏହା ସହିତ ତାଙ୍କ ଶାଶଘର ଲୋକେ ନବବଧୂଙ୍କୁ ଯୌତୁକ ଦାବି କରୁଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି କି ଶାଶୁ ତାଙ୍କୁ ଯୌତୁକ ପାଇଁ ପିଟିଥିଲେ।

ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ତାଙ୍କ ସ୍ୱାମୀ ଏବଂ ଶାଶୁଘର ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିସହ ମହିଳାଙ୍କ ସ୍ୱାମୀଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଡାକ୍ତରଖାନା ପଠାଯାଇଛି। ସେଠାରେ ଡାକ୍ତରଙ୍କ ଏକ ଟିମ୍ ମହିଳାଙ୍କ ସ୍ୱାମୀଙ୍କୁ ଯାଞ୍ଚ କରିବେ ଏବଂ ମହିଳାଙ୍କ ଅଭିଯୋଗ ସତ୍ୟ କି ନୁହେଁ ତାହା ଜାଣିବେ। ତଦନ୍ତ ରିପୋର୍ଟ ଆସିବା ପରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ (Legal action) ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

ମାମଲାଟି ଟିନ୍ଦୱାରୀ ପୋଲିସ ଷ୍ଟେସନ ଅଞ୍ଚଳର ଏକ ଗାଁର ।  ଏଠାରେ ରହୁଥିବା ମହିଳା ଜଣଙ୍କ ପୋଲିସକୁ କହିଥିଲେ ଯେ ସେ ୬ ମାସ ପୂର୍ବରୁ ହମିରପୁରରେ ବିବାହ କରିଥିଲେ। ସେ ଗତ ୩ ମାସ ଧରି ତାଙ୍କ ମା'ଙ୍କ ଘରେ ରହି ଆସୁଥିଲେ। ଏହା ସହ ଅଭିଯୋଗ ଆଣିଥିଲେ କି ତାଙ୍କ ସ୍ୱାମୀ ନଂପୁସକ । ବିବାହ ପରଠାରୁ ସେ ତାଙ୍କ ନିକଟକୁ ଆସିବାକୁ ଦ୍ୱିଧା କରୁଥିଲେ। ଯେତେବେଳେ ସେ ତାଙ୍କ ସ୍ୱାମୀଙ୍କୁ ଏହାର କାରଣ ପଚାରିଲେ, ସେ କହିଥିଲେ ଯେ ମୁଁ ତୁମ ପାଇଁ ଯୋଗ୍ୟ ନୁହେଁ। ଏଥିପାଇଁ ମୋର ଚିକିତ୍ସା ଚାଲିଛି। ମହିଳା ଜଣକ କହିଛନ୍ତି ଯେ, ଯେତେବେଳେ ମୁଁ ଏହା ଶୁଣିଲି ଯେମିତି ମୋ ପାଦ ତଳୁ ମାଟି ଖସିଗଲା।

ସେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ନଂପୁସକ। କିନ୍ତୁ, ଶାଶୁଘର ଏହା ତାଙ୍କ ପରିବାର ସଦସ୍ୟଙ୍କଠାରୁ ଲୁଚାଇ ରଖିଥିଲେ। କେବଳ ଏତିକି ନୁହେଁ, ବିବାହର ପରଦିନଠାରୁ ତାଙ୍କ ଶାଶୁଘର ଲୋକେ ଯୌତୁକ ପାଇଁ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ ବୋଲି ମହିଳା ଅଭିଯୋଗ କରିଛନ୍ତି । ଏହି କାରଣରୁ ସେ ତାଙ୍କ ବାପଘରେ ଆସି ସେଠାରେ ରହିବାକୁ ଲାଗିଲେ। ମହିଳା ଜଣକ କହିଛନ୍ତି ଯେ, ତାଙ୍କ ଶାଶୁ ତାଙ୍କୁ ଧମକ ଦେଉଛନ୍ତି। କହୁଛନ୍ତି କି ସ୍ୱାମୀ ନଂପୁସକ ବୋଲି ଯଦି କୁଆଡେ କୁହେ, ତେବେ ସେମାନେ ହତ୍ୟା କରିବେ ବୋଲି ଧମକ ଦେଉଛନ୍ତି।

ମହିଳାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି ବୋଲି ଟିନ୍ଦୱାରୀ ପୋଲିସ ଷ୍ଟେସନ ମୁଖ୍ୟ କୌଶଲ ସିଂ କହିଛନ୍ତି। ପଚରାଉଚରା ଚାଲିଛି । ମହିଳାଙ୍କ ସ୍ୱାମୀଙ୍କ ଡାକ୍ତରୀ ପରୀକ୍ଷା କରାଯାଉଛି, ଅନୁସନ୍ଧାନ ପରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ସହିତ ପୋଲିସ ମଧ୍ୟ ଯୌତୁକ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

Also Read- ଭିଡିଓରେ ସଫେଇ ଦେଲେ କାମିୟା 'ବିଫ୍ ଖାଏନି', ପ୍ରତିକ୍ରିୟା ପରେ ପୁଣି ଝଡ଼

Also Read- Year Ender 2023: ଏହି ବର୍ଷ ଧମାଲ ମଚାଇଥିଲା ଏହି ୪ଟି ସ୍ମାର୍ଟଫୋନ, ଦାମ ୧୫ହଜାରରୁ କମ

Read More
{}{}