Home >>Odisha Trending

ଗୋଆ ବଦଳରେ ଅଯୋଧ୍ୟା ନେବାରୁ ସ୍ୱାମୀଙ୍କୁ ଛାଡପତ୍ର ମାଗିଲେ ସ୍ତ୍ରୀ

Husband wife case: ଜଣେ ପତ୍ନୀ ଅଭିଯୋଗ କରିଛନ୍ତି ଯେ, ସ୍ୱାମୀ ତାଙ୍କ ଅପେକ୍ଷା ନିଜ ପରିବାରକୁ ଅଧିକ ସମୟ ଦିଅନ୍ତି, ଯେଉଁଥିପାଇଁ ସେ ବିବାହ ପରଠୁ ଅବହେଳିତ ଅନୁଭବ କରୁଛନ୍ତି। 

Advertisement
ଗୋଆ ବଦଳରେ ଅଯୋଧ୍ୟା ନେବାରୁ ସ୍ୱାମୀଙ୍କୁ ଛାଡପତ୍ର ମାଗିଲେ ସ୍ତ୍ରୀ
Soubhagya Ranjan Mishra|Updated: Jan 25, 2024, 02:56 PM IST
Share

Husband wife case: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଚମକାଇଦେବା ପରି ଏକ ଖବର ସାମ୍ନାକୁ ଆସିଛି। ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କଠାରୁ ଛାଡପତ୍ର ପାଇଁ କୋର୍ଟରେ ଓକିଲଙ୍କ ଦ୍ୱାରା ଆବେଦନ କରିଛନ୍ତି। କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ପତ୍ନୀଙ୍କୁ ଗୋଆକୁ ନେବାକୁ ପ୍ରତିଶୃତି ଦେବା ପରେ ସ୍ୱାମୀ ତାଙ୍କୁ ଗୋଆ ନନେଇ ଅଯୋଧ୍ୟାକୁ ବୁଲାଇ ଆଣିଥିଲେ । ଏହି କାରଣରୁ ମହିଳା ଜଣକ ପରିବାର ଅଦାଲତରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ବର୍ତ୍ତମାନ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଆପୋଷ ବୁଝାମଣା କରାଇବା ପାଇଁ ବିଭିନ୍ନ ମହଲରୁ ପରାମର୍ଶ ଦିଆଯାଉଛି।

ଘଟଣାଟି ଭୋପାଳର ପିପ୍ଲାନି ଅଞ୍ଚଳରୁ ସାମ୍ନାକୁ ଆସିଛି । ରିଲେସନସିପ କାଉନସିଲର ଶୈଳ ଆୱସ୍ତିଙ୍କ ଅନୁଯାୟୀ ଏହି ଦମ୍ପତ୍ତି ଗତ ବର୍ଷ ଅଗଷ୍ଟ ମାସରେ ବିବାହ କରିଥିଲେ। ସ୍ୱାମୀ ଜଣେ ଆଇଟି ଇଞ୍ଜିନିୟର ହୋଇଥିବାବେଳେ ସେ ଉଚ୍ଚ ବେତନ ପାଉଛନ୍ତି । ବିବାହ ପରେ ହନିମୁନ୍‌ ଯିବା ବିଷୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା । ପତ୍ନୀ କିଛି ବିଦେଶୀ ପର୍ଯ୍ୟଟନ ସ୍ଥଳକୁ ଯିବା ବିଷୟରେ କଥା ସ୍ୱାମୀଙ୍କୁ କହିଥିଲେ । ତା’ପରେ ସ୍ୱାମୀ ବୃଦ୍ଧ ପିତାମାତାଙ୍କୁ ସାଥିରେ ନେଇ ଭାରତର କିଛି ପର୍ଯ୍ୟଟନ ସ୍ଥାନକୁ ଯିବା ବିଷୟରେ କହିଥିଲେ । କିନ୍ତୁ ପରବର୍ତ୍ତି ସମୟରେ ଦୁହେଁ ଗୋଆ ଯିବାକୁ ଫାଇନାଲ୍ କରିଥିଲେ । 

ପତ୍ନୀ ଅଭିଯୋଗ କରିଛନ୍ତି ଯେ, ଗୋଆ ବୁଲିବାକୁ ଯିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା କିନ୍ତୁ ଯାତ୍ରା କରିବାର ଗୋଟିଏ ଦିନ ପୂର୍ବରୁ ସ୍ୱାମୀ ତାଙ୍କୁ କହିଥିଲେ ଯେ, ସେମାନେ ଗୋଆ ନୁହେଁ ବରଂ ଧାର୍ମିକ ସ୍ଥାନ ଅଯୋଧ୍ୟା ଏବଂ ବନାରସକୁ ଯାଉଛନ୍ତି । ଏହାର କାରଣ ହେଉଛି ମାଆଙ୍କୁ ଧର୍ମସ୍ଥଳ ବୁଲିବାର ଅଛି । ପତ୍ନୀ ତାଙ୍କ ପରିବାର ସହିତ ଯାତ୍ରା କରିଥିଲେ କିନ୍ତୁ ସେଠାରୁ ଫେରିବା ପରେ ସେହି ପ୍ରସଙ୍ଗକୁ ନେଇ ପତି ପତ୍ନୀଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା । ପରେ ପରିସ୍ଥିତି ଏପରି ହୋଇଥିଲା ଯେ, ପତ୍ନୀ ପରିବାର ଅଦାଲତରେ ଛାଡପତ୍ର ପାଇଁ ଆବେଦନ କରିଥିଲେ।

ରିଲେସନସିପ କାଉନସିଲର ଶୌଳ ଆୱସ୍ତିଙ୍କ ଅନୁଯାୟୀ, ପତ୍ନୀ ଏହାକୁ ବିଶ୍ୱାସଘାତକତା ଏବଂ ବିଶ୍ୱାସ ଭାଙ୍ଗିଥିବା ବୋଲି କହିଥିଲେ । ସେ ଅଭିଯୋଗ କରିଛନ୍ତି ଯେ, ସ୍ୱାମୀ ତାଙ୍କ ଅପେକ୍ଷା ତାଙ୍କ ପରିବାରକୁ ଅଧିକ ସମୟ ଦିଅନ୍ତି, ଯେଉଁଥିପାଇଁ ସେ ଅବହେଳିତ ଅନୁଭବ କରୁଛନ୍ତି । ବିବାହର ଆରମ୍ଭରୁ ହିଁ ଏପରି ହେଉଥିବା ସେ କହିଛନ୍ତି । ବର୍ତ୍ତମାନ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ବୁଝାସୁଝା କରୁଛନ୍ତି ଲୋକମାନେ ।

Also Read- Odisha Politics: ସରିଲା ବିଜେଡି-ବିଜେପି ବାହାଘର

Also Read- Republic Day Parade: ଭୋର୍ ୪ଟାରୁ ଟ୍ରାକରେ ଦୌଡିବ ଦିଲ୍ଲୀ ମେଟ୍ରୋ, ଜାଣନ୍ତୁ କ'ଣ ରହିବ ବନ୍ଦ...

Read More
{}{}