Home >>Odisha Trending

ନୂଆ ବ୍ୟବସାୟ କରିବେ କି ବାବା ରାମଦେବ? ଏହି କମ୍ପାନୀକୁ କିଣିବେ ବୋଲି ଚର୍ଚ୍ଚା

ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଆୟୁରର୍ବେଦ ଟେକନୋଲୋଜୀ ଫାର୍ମ ରୋଲଟାକୁ ୮୩୦ କୋଟି ଟଙ୍କାରେ କିଣିବା ନେଇ ଚର୍ଚ୍ଚା ହେଉଛି ।

Advertisement
ନୂଆ ବ୍ୟବସାୟ କରିବେ କି ବାବା ରାମଦେବ? ଏହି କମ୍ପାନୀକୁ କିଣିବେ ବୋଲି ଚର୍ଚ୍ଚା
Soubhagya Ranjan Mishra|Updated: Feb 03, 2024, 04:48 PM IST
Share

ନୂଆଦିଲ୍ଲୀ, ଯୋଗଗୁରୁ ବାବା ରାମଦେବଙ୍କ ନୂଆ ବ୍ୟବସାୟ ଆରମ୍ଭକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଛି । ରାମଦେବ ବର୍ତ୍ତମାନ FMCG ସେକ୍ଟର ପରେ ଅନ୍ୟ ବ୍ୟବସାୟରେ ପାଦ ରଖିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ଜଣାପଡିଛି । ଏକ ରିପୋର୍ଟ ଅନୁଯାୟୀ, ବାବା ରାମଦେବଙ୍କ ମାଲିକାନା କମ୍ପାନୀ ପତଞ୍ଜଳି ଆୟୁର୍ବେଦ ଋଣରେ ବୁଡିଥିବା ଟେକ୍ନୋଲୋଜି କମ୍ପାନୀ ରୋଲଟା ଇଣ୍ଡିଆକୁ କିଣିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ରୋଲଟାକୁ କିଣିବା ପାଇଁ ଅନେକ କମ୍ପାନୀ ପ୍ରସ୍ତାବ ଦେଇଥିବା ସମୟରେ ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀ ରୋଲଟାକୁ କିଣିବା ପାଇଁ ୮୩୦ କୋଟି ଅଫର ଦେଇଥିବା କୁହାଯାଉଛି ।

ପତଞ୍ଜଳି ଆୟୁର୍ବେଦ ଏହି ପ୍ରସ୍ତାବ ପାଇଁ ତଥା ବିଡରେ ଅନ୍ତର୍ଭୁକ୍ତ କରିବା ପାଇଁ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (ଏନସିଏଲଟି) ନିକଟକୁ ଯାଇଛି । ବର୍ତ୍ତମାନ ନିଲାମ ପ୍ରକ୍ରିୟାରେ କମ୍ପାନୀକୁ ଅନ୍ତର୍ଭୁକ୍ତ କରିବାକୁ ଏକ ପ୍ୟାନେଲ୍ କମିଟି ଏ ସମ୍ପର୍କରେ ନିଷ୍ପତ୍ତି ନେବ ବୋଲି ଜଣାପଡିଛି । ରୋଲଟା ହେଉଛି ଏକ ପ୍ରତିରକ୍ଷା କେନ୍ଦ୍ରିତ ସଫ୍ଟୱେର୍ କମ୍ପାନୀ । ଜାନୁଆରୀ ୨୦୨୩ ରେ ଏହି କମ୍ପାନୀର ଅବସ୍ଥା ଶୋଚନୀୟ ହୋଇପଡିଥିଲା । ଦେବାଳିଆ ହେବା କାରଣରୁ କମ୍ପାନୀରେ ମାନ୍ଦାବସ୍ଥା ଦେଖିବାକୁ ମିଳିଥିଲା । କମ୍ପାନୀ ଏ ପର୍ଯ୍ୟନ୍ତ ଋଣରେ ରହିଥିବା ଜାଣିବାକୁ ମିଳିଛି । ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ୭,୧୦୦ କୋଟି ଏବଂ ସିଟିଗ୍ରୁପ୍ ର ବିଦେଶୀ ବଣ୍ଡ ଧାରକଙ୍କ ପାଇଁ ୬,୬୯୯ କୋଟି ଟଙ୍କା ଋଣ ରହିଥିବା ସୂଚନା ମିଳିଛି।

କମ୍ପାନୀର ପ୍ରୋଫାଇଲ
ଏହି ସଫ୍ଟୱେର୍ କମ୍ପାନୀ ପ୍ରତିରକ୍ଷା ଏବଂ ଗୃହ ଜମି ସୁରକ୍ଷା, ବିଦ୍ୟୁତ୍, ଆର୍ଥିକ ସେବା, ଉତ୍ପାଦନ, ଖୁଚୁରା ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଇଥାଏ । ୨୦୨୨ ଆର୍ଥିକ ବର୍ଷରେ କମ୍ପାନୀ ପ୍ରାୟ ୧ ହଜାର କୋଟି ଟଙ୍କା କ୍ଷତି ସହିଥିବା ଜଣାପଡିଛି । ଉକ୍ତ ସମୟରେ କମ୍ପାନୀର ଆୟ ମାତ୍ର ୩୮ କୋଟି ଟଙ୍କା ଥିଲା । 

ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ବାବା ରାମଦେବଙ୍କ ମାଲିକାନାରେ ଥିବା ପତଞ୍ଜଳି କମ୍ପାନୀ ୧୯୯୫ ମସିହାରେ ପଞ୍ଜୀକୃତ ହୋଇଥିଲା। ବାବା ରାମଦେବ ଏବଂ ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକ୍ରିଷ୍ଣା ପତଞ୍ଜଳି କମ୍ପାନୀକୁ ମାତ୍ର ୧୩ ହଜାର ଟଙ୍କାରେ ପଞ୍ଜୀକୃତ କରିଥିଲେ।
ବର୍ତ୍ତମାନ ସମୟରେ ପତଞ୍ଜଳି ଏକ ବଡ଼ ବ୍ରାଣ୍ଡରେ ପରିଣତ ହୋଇଛି । ପତଞ୍ଜଳି ଅନେକ ଖାଦ୍ୟ ଦ୍ରବ୍ୟ ଯଥା ଅଟା, ବିସ୍କୁଟ, ଖାଇବା ତୋଲ, ଘିଅ, ମହୁ ଇତ୍ୟାଦି ପ୍ରସୁତ କରିଥାଏ ।

Also Read- PM Kisan Yojana: କେବେ ମିଳିବ ପିଏମ କିଷାନ ଯୋଜନାର ୧୬ ତମ କିସ୍ତି ଟଙ୍କା ?

Also Read- Mangal Gochar 2024: ଏହି ରାଶିର ହେବ ଅତ୍ୟନ୍ତ ମଙ୍ଗଳ, ମିଳିବ ସମସ୍ତ ସୁଖ

Read More
{}{}