Home >>Odisha Trending

Jio Recharge: ଏହି ଦିନ ମାଗଣାରେ ରିଚାର୍ଜ କରନ୍ତୁ ଆପଣଙ୍କର JIO ନମ୍ବର !

ନୂଆଦିଲ୍ଲୀ: ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟ ଜୁଲାଇ ୧୨ରେ ବିବାହ କରିବାକୁ ଯାଉଛନ୍ତି। ଏହି ଖୁସିର ଅବସରରେ ମୁକେଶ ଅମ୍ବାନୀ ଜିଓ ବ୍ୟବହାରକାରୀଙ୍କୁ ଏକ ମୂଲ୍ୟବାନ ଉପହାର ଦେବେ ବୋଲି ଖବର ସୋସିଆଲ ମିଡିଆରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଗୁଜବ ପ୍ରଚାରିତ ହେଉଛି ଯେ ମୁକେଶ ଅମ୍ବାନୀ ତାଙ୍କ ପୁଅ ଏବଂ ବୋହୂଙ୍କ ବିବାହରେ ଜିଓ ବ୍ୟବ

Advertisement
Jio Recharge: ଏହି ଦିନ ମାଗଣାରେ ରିଚାର୍ଜ କରନ୍ତୁ ଆପଣଙ୍କର JIO ନମ୍ବର !
Zee Odisha Desk|Updated: Mar 13, 2024, 07:30 PM IST
Share

Jio Recharge: ନୂଆଦିଲ୍ଲୀ: ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟ ଜୁଲାଇ ୧୨ରେ ବିବାହ କରିବାକୁ ଯାଉଛନ୍ତି। ଏହି ଖୁସିର ଅବସରରେ ମୁକେଶ ଅମ୍ବାନୀ ଜିଓ ବ୍ୟବହାରକାରୀଙ୍କୁ ଏକ ମୂଲ୍ୟବାନ ଉପହାର ଦେବେ ବୋଲି ଖବର ସୋସିଆଲ ମିଡିଆରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଗୁଜବ ପ୍ରଚାରିତ ହେଉଛି ଯେ ମୁକେଶ ଅମ୍ବାନୀ ତାଙ୍କ ପୁଅ ଏବଂ ବୋହୂଙ୍କ ବିବାହରେ ଜିଓ ବ୍ୟବହାରକାରୀଙ୍କୁ ତିନିମାସ ମାଗଣା ରିଚାର୍ଜ ଦେବାକୁ ଯାଉଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଖବର ଶୁଣିବା ପରେ ଖୁସିରେ ମସଗୁଲ ହୋଇ ପଡ଼ିଛନ୍ତି। କିନ୍ତୁ ଏଥିରେ କେତେ ସତ୍ୟତା ଅଛି ଆସନ୍ତୁ ଜାଣିନେବା। ଏକ ପୋଷ୍ଟ ଭାଇରାଲ ହେବା ପରେ ଏହି ଗୁଜବ ଆରମ୍ଭ ହୋଇଥିଲା।

ଏହି ପୋଷ୍ଟରେ ଦାବି କରାଯାଇଛି ଯେ ଅନନ୍ତ-ରାଧିକାଙ୍କ ବିବାହରେ ସମଗ୍ର ଭାରତ ମୁକେଶ ଅମ୍ବାନୀଙ୍କ ଠାରୁ ଜିଓ ଉପରେ ୭୪୯ ଟଙ୍କା ମାଗଣାରେ ରିଚାର୍ଜ କରାଯାଇ ପାରିବ। କିନ୍ତୁ ଏହି ଖବର ସଂପୂର୍ଣ୍ଣ ଭୁଲ ରହିଥିଲା। ଏହାର ଅନେକ ପ୍ରମାଣ ଅଛି। ପ୍ରଥମତଃ ଗୁଗୁଲରେ ସେପରି କୌଣସି ଖବର ସାମ୍ନାକୁ ଆସି ନାହିଁ। ଦ୍ୱିତୀୟତଃ ଯଦିଓ ଆପଣ ଏହି ଆର୍ଟିକିଲରେ ଦେଖାଯାଇଥିବା ଲିଙ୍କ୍ ଖୋଲନ୍ତି, କିଛି ସୂଚନା ଆପଣଙ୍କୁ ମିଳିବ ନାହିଁ। ଯାହାର ଅର୍ଥ ହେଉଛି ଏହି ଲିଙ୍କ୍ ମଧ୍ୟ ନକଲି ଅଟେ। ଏହା ବ୍ୟତୀତ କମ୍ପାନୀ ଦ୍ୱାରା ସେପରି କୌଣସି ସୂଚନା ଦିଆଯାଇ ନାହିଁ।

Read More
{}{}