Hindi News >>Home >>Odisha Trending

Deepali And Vishal: ବିଜେଡିକୁ ବାଏ ବାଏ କରିବେ କି ଦୀପାଳି ଓ ଭିଶାଲ...ହ୍ୱାଟସଆପ୍ ଚାଟ୍ ହେଲା ଭାଇରାଲ

Dipali And Vishal: ଏହି ପ୍ରେସ ମିଟ୍ ରେ ଜଣେ ବରିଷ୍ଠ ନେତାଙ୍କ ସାମ୍ନାରେ ସେ ନିଜର ମତ ରଖିଥିଲେ। ହେଲେ ଦୀର୍ଘ ୫ ଦିନ ଧର ଚାଲିଥିବା ଏହି ଆଇଟି ରେଡ୍ କୁ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନଥିବା ବେଳେ ଏବେ ଦୀପାଳିଙ୍କ ସମର୍ଥକଙ୍କ ମଧ୍ୟରେ ଏହାକୁ ନେଇ ମନଉଣା ଦେଖିବାକୁ ମିଳିଛି। 

Advertisement
Deepali And Vishal: ବିଜେଡିକୁ ବାଏ ବାଏ କରିବେ କି ଦୀପାଳି ଓ ଭିଶାଲ...ହ୍ୱାଟସଆପ୍ ଚାଟ୍ ହେଲା ଭାଇରାଲ
Rashmita Sahoo|Updated: Jun 24, 2025, 09:19 PM IST
Share

Dipali And Vishal: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତଃ ନବକିଶୋର ଦାସଙ୍କ ଝାରସୁଗୁଡ଼ା ସରବାହାଲସ୍ଥିତ ବାସଭବନ ସମେତ ୨୦ରୁ ଅଧିକ ସ୍ଥାନରେ ଗୁରୁବାରଠାରୁ ଆୟକର ବିଭାଗର ଚଢ଼ଉ ଜାରି ରହିଛି। ଆଜିକୁ ମିଶାଇ ୬ ଦିନରେ ଆୟକର ବିଭାଗର ଟିମ୍‌ ସ୍ଵର୍ଗତଃ ଦାସଙ୍କ ଘରେ ବିଭିନ୍ନ କାଗଜପତ୍ରର ଯାଞ୍ଚ ଚଳାଇଛି। ସ୍ବର୍ଗତଃ ଦାସଙ୍କ ପୁଅ ବିଶାଳ ଦାସ ଦିଲ୍ଲୀରେ ଥିବାବେଳେ ତାଙ୍କୁ ଭୁବନେଶ୍ବରସ୍ଥିତ ଆୟକର ଭବନକୁ ଆଣି ସେଠାରେ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ହେଲେ ଏହାକୁ ନେଇ ଏବେ ତର୍କ ବିତର୍କ ଦେଖିବାକୁ ମିଳିଛି। କାରଣ ହେଉଛି ଏହି ପ୍ରସଙ୍ଗରେ ବିଜେଡିର ନିରବତା । କୁହାଯାଉଛି ଯେ, ଆୟକର ବିଭାଗର ଏହି ରେଡ୍ ପରେ ସ୍ବର୍ଗତଃ ନବକିଶୋର ଦାସଙ୍କ ପୁଅ ଭିଶାଲ ଓ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ବିଜେଡିର ହାତ ଛାଡ଼ି ପାରନ୍ତି। 

ସୂଚନାଯୋଗ୍ୟ, ଗତ ଜାନୁଆରୀ ମାସରେ ସ୍ୱର୍ଗତଃ ନବ ଦାସଙ୍କ ପୁଅ ଭିଶାଲ ଦାସଙ୍କୁ ଅଟକ ରଖିଥିଲା ଛତିଶଗଡ ପୋଲିସ । ରାତି ୨ଟାରୁ ପୋଲିସ ଅଟକ ରଖିଥିବା ନିଜେ ଭିଡ଼ିଓ କରି ସୂଚନା ଦେଇଥିଲେ ଭିଶାଲ। ଭିଶାଲଙ୍କ ସମେତ କିଛି ସରପଞ୍ଚ ଓ ସମିତି ସଭ୍ୟଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିଲା ପରେ ହସ୍ତକ୍ଷେପ ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା। ଆଉ ଏହାର ଠିକ୍ ଗୋଟେ ଦିନ ପରେ ବିଜେଡି କାର୍ଯ୍ୟାଳୟରେ ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ଭଉଣୀ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଏକ ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ଆଉ ଏହି ପ୍ରେସ ମିଟ୍ ରେ ଜଣେ ବରିଷ୍ଠ ନେତାଙ୍କ ସାମ୍ନାରେ ସେ ନିଜର ମତ ରଖିଥିଲେ। ହେଲେ ଦୀର୍ଘ ୫ ଦିନ ଧର ଚାଲିଥିବା ଏହି ଆଇଟି ରେଡ୍ କୁ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନଥିବା ବେଳେ ଏବେ ଦୀପାଳିଙ୍କ ସମର୍ଥକଙ୍କ ମଧ୍ୟରେ ଏହାକୁ ନେଇ ମନଉଣା ଦେଖିବାକୁ ମିଳିଛି। ଏହି ହ୍ୱାଟସ ଆପ ଚାଟ ଏବେ ସୋସିଆଲ ମିିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ହେଲେ ଏହି ଗ୍ରୁପ କିମ୍ବା ଏହି ଚାଟରେ ଲେଖାଥିବା ତଥ୍ୟକୁ Zee Odisha News ପୁଷ୍ଟି କରେ ନାହିଁ। ଏହା ଏକ ଭାଇରାଲ ଖବର ହୋଇଥିବାରୁ ଏକ ଖବର ସରବରାହ ସଂସ୍ଥା ଭାବେ ଓ ଆଖପାଖର ପାରିପାଶ୍ୱିକ ସ୍ଥିତିକୁ ନେଇ ଆକଳନ କରାଯାଇଛି।

ଏମିତି ଏକ ହ୍ୱାଟସ ଆପ୍ ଗ୍ରୁପ ଚାଟ୍ ଭାଇରାଲ ହେବାରେ ଲାଗିଛି- ଯେଉଁଥିରେ ଲେଖାଅଛି ଆମର ନେତା ସ୍ୱର୍ଗତଃ ନବ ଦାସଙ୍କ ପୁଅ ବିଶାଲ ଦାସ ଓ ଦିପାଲି ଦାସଙ୍କୁ ବିଜେପି ସରକାର ଦ୍ୱାରା ହଇରାଣ କରାଯାଉଛି କିନ୍ତୁ ଦୁଃଖର ବିଷୟ ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବରିଷ୍ଠ ନେତା ମାନେ ଏ ବିଷୟରେ ବିରୋଧ ମଧ୍ୟ କଲେନି । ହେଲେ ଧନ୍ୟବାଦ ଦେବି ଯେ, କଂଗ୍ରେସ ନେତା ସୁର ରାଉତରାୟ ମିଡିଆରେ ଏହି ପ୍ରସଙ୍ଗକୁ ବିରୋଧ କରିବା ସହ ସେ କହିଥିଲେ ଯେ, ଏହା ଅଗଣତାନ୍ତ୍ରିକ। ଆମେ ଝାରସୁଗୁଡ଼ା ବାସୀ ସର୍ବଦା ନବ ଦାଦାଙ୍କ ପରିବାର ସହିତ ଅଛୁ ଓ ଦରକାର ପଡ଼େ ତ ଜୀବନ ମଧ୍ୟ ଦେବୁ ବୋଲି ଏହି ଗ୍ରୁପରେ ଉଲ୍ଲେଖ ଅଛି। 

ତେବେ ଏହି ଚଢାଉରେ ଆୟକର ବିଭାଗକୁ କଣ ମିଳିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହାସହ ଚଢାଉ ପରଠାରୁ ପୂର୍ବତନ ବିଧାୟିକା ଓ ତାଙ୍କ ଭାଇ ଭିଶାଲଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମଧ୍ୟ ହସ୍ତଗତ ହୋଇନାହିଁ। ଏଠାରେ କହିରଖୁଛୁ ଯେ, ଆୟକର ବିଭାଗ ପକ୍ଷରୁ  ବିଶାଳଙ୍କ ନାମରେ ଥିବା ବିଭିନ୍ନ କମ୍ପାନୀଗୁଡ଼ିକର ଆକାଉଣ୍ଟସ୍‌ ଯାଞ୍ଚ କରାଯାଉଛି। ଠିକ୍‌ରେ ଆୟକର ଜମା ହୋଇଛି ନା ନାହିଁ ସେ ସମ୍ପର୍କରେ ବିଭାଗର ତଦନ୍ତ ଜାରି ରହିଛି। ବିଭାଗର ଟିମ୍‌ ୨ ଭାଗରେ ବିଭକ୍ତ ହୋଇ ଏହି ଚଢ଼ଉରେ ସାମିଲ ହୋଇଛି। ଗୋଟିଏ ଟିମ୍‌ ଆୟକର ଠକେଇ ସମ୍ପର୍କିତ ତଦନ୍ତ କରୁଥିବାବେଳେ ଆଉ ଗୋଟିଏ ଟିମ୍‌ ବେଆଇନ ଭାବେ ଗଚ୍ଛିତ ଅର୍ଥ ସମ୍ପର୍କରେ ଯାଞ୍ଚ କରୁଛି।

Also Read: Bou Buttu Bhuta: ବୋଉ ବୁଟୁ ଭୂତ ଫିଲ୍ମରେ ଅମରୀ ଭୂମିକାରେ ଥିବା କଳାକାରଙ୍କ ଏହି ଭିଡିଓ ହେଲା ଭାଇରାଲ

Also Read: Bou Buttu Bhuta: ୧୦ କୋଟି ଟଙ୍କା ଇନକମ କଲାଣି ଓଡ଼ିଆ ଫିଲ୍ମ...Key Point ସାଜିଲା ଏହି ୩ଟି ଜିନିଷ

Read More
{}{}