Hindi News >>Home >>Odisha Trending

ମନ୍ଦିରରେ ଭକ୍ତଙ୍କୁ ଲୁଟ୍, ଭସ୍ମ ଆରତୀ ପାଇଁ ୧୫୦୦ ଟଙ୍କା ଦାବି

୧୦୦ କି ୨୦୦ ଟଙ୍କା ନୁହେଁ ବାବା ମହାକାଳଙ୍କ ଭସ୍ମ ଆରତୀ ପାଇଁ ହଜାରରୁ ଉର୍ଦ୍ଧ ଟଙ୍କା ଦାବି କରୁଛନ୍ତି ପୂଜକ । ମୁମ୍ବାଇର ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ମହାକାଳ ମନ୍ଦିରରେ ଭକ୍ତଙ୍କ ସହ ଘଟୁଥିବା ଲୁଟ୍ ବିଷୟରେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Advertisement
ମନ୍ଦିରରେ ଭକ୍ତଙ୍କୁ ଲୁଟ୍, ଭସ୍ମ ଆରତୀ ପାଇଁ ୧୫୦୦ ଟଙ୍କା ଦାବି
Soubhagya Ranjan Mishra|Updated: May 19, 2024, 08:33 PM IST
Share

Mahakal Mandir Ujjain: ଉଜ୍ଜନର ପ୍ରସିଦ୍ଧ ମହାକାଳ ମନ୍ଦିରରେ ବସ୍ମ ଆରତୀ ପାଇଁ ୧୫ ଶହ ଟଙ୍କା ନେଉଛନ୍ତି ପୂଜକ । ମହାକାଳଙ୍କ ନିକଟରେ ଭସ୍ମ ଆରତୀ ସକାଳ ୪ ଟା ସମୟରେ କରାଯାଇଥାଏ । ଜଣେ ଶ୍ରଦ୍ଧାଳୁ ମଧୁ ଶଙ୍କରଙ୍କ କହିବା ଅନୁଯାୟୀ, ତାଙ୍କ ପରିବାର ସଦସ୍ୟ ୨୩ ମଇରେ ଏହି ଆରତୀ ଦର୍ଶନ କରିବେ । ମଧୁ ଶଙ୍କରଙ୍କର ପୁରୋହିତ ରାଜେନ୍ଦ୍ର ଗୁରୁଙ୍କୁ କଲ୍ କରି ଏ ସମ୍ପର୍କରେ ଜଣାଇବା ପରେ ସେ ଏଥିପାଇଁ ୧୫୦୦ ଟଙ୍କା ମାଗିଥିଲେ।

ତେବେ ସେ ଅଭିଯୋଗ କରିଛନ୍ତି ଯେ, ଭସ୍ମ ଆରତୀ ନାମରେ ଶ୍ରଦ୍ଧାଳୁଙ୍କ ଟାରୁ ଲୁଟ୍ କରାଯାଉଛି । ୧୦୦ କି ୨୦୦ ଟଙ୍କା ନୁହେଁ ବାବା ମହାକାଳଙ୍କ ଭସ୍ମ ଆରତୀ ପାଇଁ ହଜାରରୁ ଉର୍ଦ୍ଧ ଟଙ୍କା ଦାବି କରୁଛନ୍ତି ପୂଜକ । ମୁମ୍ବାଇର ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ମହାକାଳ ମନ୍ଦିରରେ ଭକ୍ତଙ୍କ ସହ ଘଟୁଥିବା ଲୁଟ୍ ବିଷୟରେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ପୁରୋହିତ ଜଣକ ଭକ୍ତଙ୍କ ସହ କଥା ବାର୍ତ୍ତା ସମୟରେ ୧୫ ଶହ ଟଙ୍କା ମାଗିଥିଲେ । ଏହି ବାର୍ତ୍ତାଳାପକୁ ରେକର୍ଡ କରିନେଇଥିଲେ ଭକ୍ତ ଜଣକ । ଉଜ୍ଜନ ମନ୍ଦିର କମିଟିକୁ ମଧ୍ୟ ଏ ସମ୍ପର୍କରେ ଜଣାଯାଇଛି । ସେ ପୁରୋହିତଙ୍କ ସହ ବାର୍ତ୍ତାଳାପର ଅଡିଓ ରେକର୍ଡିଂକୁ କଲେକ୍ଟରଙ୍କ ନିକଟକୁ ପଠାଇଛନ୍ତି । କଲେକ୍ଟର ନୀରଜ କୁମାର ସିଂ ମହାକାଳ ମନ୍ଦିର ପ୍ରଶାସକଙ୍କ ସହ ଏ ସମ୍ପର୍କରେ ଆଲୋଚନା କରି ତଦନ୍ତ କରିବାକୁ କହିଛନ୍ତି। 

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ମହାକାଳ ମନ୍ଦିରରେ ଭସ୍ମ ଆରତୀଙ୍କ ନାମରେ ଭକ୍ତଙ୍କଠାରୁ ହଜାର ହଜାର ଟଙ୍କା ନିଆଯିବା ସମ୍ପର୍କରେ ଅନେକ ଅଭିଯୋଗ ହୋଇସାରିଛି । ମନ୍ଦିର କମିଟି ମଧ୍ୟ କେତେକ ମାମଲାରେ ମାମଲା ଦାୟର କରିଥିଲା। ଏହା ସତ୍ତ୍ୱେ ମଧ୍ୟ ଭସ୍ମ ଆରତୀ ନାମରେ ଭକ୍ତଙ୍କଠାରୁ ଟଙ୍କା ନେବା ଘଟଣା ବନ୍ଦ ହୋଇନଥିବା ଦେଖିବାକୁ ମିଳିଛି ।

Also Read- ଗଙ୍ଗା ନଦୀ ଅଘଟଣ, ବୁଡିଗଲା ପରିବା ବୋଝେଇ ଡଙ୍ଗା, ୨ ନିଖୋଜ

Also Read- ମହଙ୍ଗା ପଡିଲା Online Love, ୧୦ ଲକ୍ଷ ନେଇଗଲା ସୁନ୍ଦରୀ

Read More
{}{}