Hindi News >>Home >>Odisha Trending

Year Ender 2023: ଚଳିତ ବର୍ଷ ୟୁଟ୍ୟୁବରେ ଭାରତୀୟମାନେ ଅଧିକ କ’ଣ ଦେଖିଛନ୍ତି? ସାମ୍ନାକୁ ଆସିଲା ତାଲିକା

YouTube: ୨୦୨୩ ମସିହାରେ ୟୁଟ୍ୟୁବରେ ଭାରତୀୟମାନେ ଯାହା ଦେଖିଛନ୍ତି ତାହାର ଏକ ତାଲିକା ପ୍ରକାଶ ପାଇଛି । ଏହି ଆର୍ଟିକିଲରେ, ଆମେ ଆପଣଙ୍କୁ ୧୦ ଟି ସର୍ବାଧିକ ଦେଖାଯାଇଥିବା ଭିଡିଓ ବିଷୟରେ କହିବାକୁ ଯାଉଛୁ ।  

Advertisement
YouTube (Photo Courtesy: Social Media)
YouTube (Photo Courtesy: Social Media)
Jagdish Barik|Updated: Dec 20, 2023, 08:30 PM IST
Share

Year Ender 2023: ୨୦୨୩ ମସିହାରେ ଗୁଗୁଲର ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବରେ ଭାରତୀୟମାନେ ଯାହା ଅଧିକ ଦେଖିଛନ୍ତି ସେ ସମ୍ବନ୍ଧରେ ସୂଚନା ପ୍ରକାଶ ପାଇଛି । ୟୁଟ୍ୟୁବ୍ ବର୍ତ୍ତମାନ ସମଗ୍ର ବିଶ୍ୱରେ ଲୋକପ୍ରିୟ। ଏଠାରେ ପ୍ରତି ୬୦ ସେକେଣ୍ଡରେ ୫୦୦ ଘଣ୍ଟାର କଣ୍ଟେଣ୍ଟ ଅପଲୋଡ୍ ହୁଏ । ପ୍ରତି ମିନିଟରେ, ଲକ୍ଷ ଲକ୍ଷ ଲୋକ ଏହି ପ୍ଲାଟଫର୍ମରେ ଭିଡିଓ ଅପଲୋଡ୍ କରୁଛନ୍ତି ଓ ପ୍ରତି ମିନିଟରେ କୋଟି କୋଟି ଲୋକ ବିଭିନ୍ନ ଭିଡିଓ ଦେଖୁଛନ୍ତି । ୨୦୨୩ ମସିହାରେ ଭାରତୀୟଙ୍କ ଦ୍ୱାରା ସର୍ବାଧିକ ଦେଖାଯାଇଥିବା ଭିଡିଓଟି ହେଉଛି- ଚନ୍ଦ୍ରଯାନ୍-୩ ମିଶନ୍ ସଫ୍ଟ-ଲ୍ୟାଣ୍ଡିଂ LIVE ଟେଲିକାଷ୍ଟ । ଏହି ଭିଡିଓରେ ଏକ ସମୟରେ ୮.୬ ନିୟୁତ ଉପଭୋକ୍ତା ଲାଇଭ୍ ଷ୍ଟ୍ରିମିଂ ଦେଖିଥିଲେ। ୟୁଟ୍ୟୁବରେ ଏହା ହେଉଛି ଏକମାତ୍ର ଲାଇଭ୍ ଭିଡିଓ ଷ୍ଟ୍ରିମ୍ ଯେଉଁଥିରେ ଅନେକ ଲୋକ ଏକ ସମୟରେ ଯୋଡ଼ି ହୋଇଥିଲେ। ବର୍ତ୍ତମାନ ଏହି ଭିଡିଓରେ ୭୯ ମିଲିୟନରୁ ଅଧିକ ଭ୍ୟୁ ଅଛି ।

ଟ୍ରେଣ୍ଡରେ ରହିଥିଲା ଏସବୁ ଭିଡିଓ
ଦ୍ୱିତୀୟ ସର୍ବାଧିକ ଦେଖାଯାଇଥିବା ଭିଡିଓ ହେଉଛି “ମେନ୍ ଅନ୍ ମିଶନ୍” । ଏହି ଭିଡିଓ ରାଉଣ୍ଡ ଟୁ ହେଲ ଚ୍ୟାନେଲରୁ ଅପଲୋଡ୍ କରାଯାଇଥିଲା। ଯାହା ମଜାଳିଆ ଭିଡିଓ ପାଇଁ ଭାରତରେ ପ୍ରସିଦ୍ଧ । ଯଥାକ୍ରମେ ତୃତୀୟ, ଚତୁର୍ଥ ଓ ପଞ୍ଚମ; UPSC - Stand Up Comedy Ft. Anubhav Singh Bassi, Daily Vloggers Parody by CARRYMINATI ଓ Sasta Big Bosss 2 | Parody | Ashish Chanchlani ରହିଛି ।

  • ୨୦୨୩ ମସିହାରେ ୟୁଟ୍ୟୁବରେ ସର୍ବାଧିକ ଦେଖାଯାଇଥିବା ଲାଇଭ୍ ଷ୍ଟ୍ରିମ୍:
  • ଇସ୍ରୋ ଚନ୍ଦ୍ରଯାନ-୩: ୮.୦୬ ମିଲିୟନ୍ 
  • ବ୍ରାଜିଲ ବନାମ ଦକ୍ଷିଣ କୋରିଆ: ୬.୧୫ ମିଲିୟନ 
  • ବ୍ରାଜିଲ ବନାମ କ୍ରୋଏସିଆ: ୫.୨ ନିୟୁତ 
  • ଭାସ୍କୋ ବନାମ ଫ୍ଲାମେଙ୍ଗୋ: ୪.୮ ମିଲିୟନ୍ 
  • ସ୍ପେସ୍ ଏକ୍ସ କ୍ରୁ ଡେମୋ: ୪.୦୮ ମିଲିୟନ୍ 

ଏହା ବି ପଢ଼ନ୍ତୁ: ରାଜସ୍ଥାନର ଦୁଇ ମୁସଲମାନ ବିଧାୟକ ନେଲେ ସଂସ୍କୃତରେ ଶପଥ; ଜାଣନ୍ତୁ ଏହି ନେତାମାନେ କିଏ ଓ କେଉଁ ଦଳ ସହିତ ଜଡ଼ିତ?

ଏହା ବି ପଢ଼ନ୍ତୁ: Arjuna Award 2023: ଜାତୀୟ କ୍ରୀଡ଼ା ପୁରସ୍କାର ଖେଳାଳିଙ୍କ ନାମ ଘୋଷଣା, ଶାମିଙ୍କ ସମେତ ୨୬ ଜଣକୁ ମିଳିବ ଅର୍ଜୁନ ପୁରସ୍କାର, ୨ ଜଣ ପାଇବେ ଖେଳ ରତ୍ନ

 

Read More
{}{}