Hindi News >>Home >>Odisha Trending

Zomato Delivery Boy: ବିବାଦ ତେଜିବା ପରେ ଡ୍ରେସ କୋଡ ସମ୍ପର୍କରେ ସ୍ପଷ୍ଟୀକରଣ ରଖିଲା ଜୋମାଟୋ

Online Food Delivery App Zomato: କମ୍ପାନୀ କର୍ମଚାରୀଙ୍କ ଲାଗି ନୂଆ ଡ୍ରେସ କୋଡ ଲାଗୁ କରିବାକୁ ନେଇ ବିବାଦ ତେଜିବା ପରେ ଏନେଇ ନିଆଯାଇଥିବା ନିଷ୍ପତ୍ତିକୁ  ୨୪ ଘଣ୍ଟା ମଧ୍ୟରେ ବଦଳାଇ ଦେଇଛି ଜୋମାଟୋ।

Advertisement
Zomato Delivery Boy: ବିବାଦ ତେଜିବା ପରେ ଡ୍ରେସ କୋଡ ସମ୍ପର୍କରେ ସ୍ପଷ୍ଟୀକରଣ ରଖିଲା ଜୋମାଟୋ
Zee Odisha Desk|Updated: Mar 20, 2024, 07:51 PM IST
Share

Food Delivery App Zomato: ଶାକାହାରୀ ଖାଦ୍ୟ ବିତରଣ କରିବା ପାଇଁ ଅନଲାଇନ୍ ଫୁଡ ଡେଲିଭରି ଆପ୍ ଜୋମାଟୋ ଏକ ପୃଥକ ସେବା ଆରମ୍ଭ କରିଥିଲା। ଏନେଇ କମ୍ପାନୀ ପକ୍ଷରୁ ଶାକାହାରୀ ଖାଦ୍ୟ ବିତରଣ କରୁଥିବା କର୍ମଚାରୀଙ୍କ ପାଇଁ ଏକ ପୃଥକ ଡ୍ରେସ୍ କୋଡ୍ ମଧ୍ୟ ଲାଗୁ ହୋଇଥିଲା। ହେଲେ ସୋସିଆଲ ମିଡିଆ ଦୁନିଆରେ ଜୋମାଟା ଡ୍ରେସ କୋଡ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାକୁ ସମାଲୋଚନା କରାଯିବା ପରେ ବୁଧବାର (ମାର୍ଚ୍ଚ ୨୦) କମ୍ପାନୀ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଏବେ ସମସ୍ତ ଜୋମାଟୋ କର୍ମଚାରୀଙ୍କୁ ପୂର୍ବ ଭଳି ଲାଲ ରଙ୍ଗର ପୋଷାକରେ ଦେଖିବାକୁ ମିଳିବ। ଜୋମାଟୋ ପୃଥକ ଡ୍ରେସ୍ କୋଡ୍ ଲାଗୁ କରିବାର ନିଷ୍ପତ୍ତି କାର୍ଯ୍ୟକାରୀ କରିବାର ୨୪ ଘଣ୍ଟା ମଧ୍ୟରେ ଏହାକୁ ପରିବର୍ତ୍ତନ କରିଦେଇଛି। ହେଲେ ଜୋମାଟା କାହିଁକି ଏହାର ଡ୍ରେସ କୋଡ ବଦଳାଇ ଦେଲା ସେହି କାରଣ ସମ୍ପର୍କରେ ଜାଣନ୍ତୁ।

କାହିଁକି ଡ୍ରେସ କୋଡ ବଦଳାଇଲା ଜୋମାଟୋ?
ଅନଲାଇନ୍ ଫୁଡ ଡେଲିଭରି ଆପ୍ ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବ ଟ୍ୱିଟର) ମାଧ୍ୟରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ଶାକାହାରୀ ଖାଦ୍ୟ ବିତରଣ କରୁଥିବା କର୍ମଚାରୀଙ୍କୁ ସବୁଜ ପୋଷାକ ପିନ୍ଧାଇବା ଧାରଣାକୁ ଛାଡି ଦିଆଯାଉଛି। ବର୍ତ୍ତମାନ ସମସ୍ତ ଖାଦ୍ୟ ବିତରଣ କରୁଥିବା କର୍ମଚାରୀଙ୍କୁ କେବଳ ଲାଲ ରଙ୍ଗର ପୋଷାକରେ ଦେଖିବାକୁ ମିଳିବ। ସିଇଓ ଗୋୟଲ କହିଛନ୍ତି ଯେ, ଆମେ ଶାକାହାରୀ ଖାଦ୍ୟ ସେବନ କରୁଥିବା ଗ୍ରାହକଙ୍କ ପାଇଁ ଏକ ପୃଥକ ବିଭାଗ ଆରମ୍ଭ କରିବା ଜାରି ରଖିଛୁ। ହେଲେ ଆମେ କମ୍ପାନୀ କର୍ମଚାରୀ ପିନ୍ଧୁଥିବା ପୋଷାକ ରଙ୍ଗ ଆଧାରରେ ରହିଥିବା ପାର୍ଥକ୍ୟ ହଟାଇବାକୁ ନିଷ୍ପତ୍ତି ନେଇଛୁ। ଆମର ଉଭୟ ସାଧାରଣ ଏବଂ ଶାକାହାରୀ ଦଳର ସଦସ୍ୟ ଲାଲ ରଙ୍ଗର ପୋଷାକରେ ରହିବେ।

ସୋସିଆଲ ମିଡିଆ ଦୁନିଆରେ ହୋଇଥିଲା ଜୋରଦାର ବିରୋଧ 
ଶାକାହାରୀ ଖାଦ୍ୟ ଯୋଗାଣ ପାଇଁ ଅନଲାଇନ୍ ଫୁଡ ଡେଲିଭରି ଆପ୍ ଜୋମାଟୋ ଜୋମାଟୋ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ସୋସିଆଲ ମିଡିଆ ଦୁନିଆରେ ଜୋରଦାର ବିରୋଧ କରାଯାଇଥିଲା। ଲୋକ କହିଛନ୍ତି ଯେ 
ଲାଲ-ସବୁଜ ରଙ୍ଗ ଆଧାରରେ ଖାଦ୍ୟ ବିତରଣ କରୁଥିବା କମ୍ପାନୀ କର୍ମଚାରୀଙ୍କୁ ହାଉସିଂ ସୋସାଇଟି ମଧ୍ୟରେ ପ୍ରବେଶ କରିବା ଲାଗି ଅନୁମତି ଦେବାକୁ ନେଇ ବିବାଦ ହୋଇପାରେ। ଯାହା ପରେ ଜୋମାଟୋ ଏହାର ନିଷ୍ପତ୍ତି ପରିବର୍ତ୍ତନ କରିଥିଲା। ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ କହିଛନ୍ତି ଯେ ସଂସ୍ଥାର ସମସ୍ତ ଖାଦ୍ୟ ବିତରଣ କରୁଥିବା କର୍ମଚାରୀ କେବଳ ଲାଲ ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ଶାକାହାରୀ ଖାଦ୍ୟ କିମ୍ବା ଅଣ-ଶାକାହାରୀ ଖାଦ୍ୟ  ବିତରଣ କରୁଥିବା କର୍ମଚାରୀଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ରହିବ ନାହିଁ। ଅବଶ୍ୟ କମ୍ପାନୀ ଆପ୍ ଠାରେ ଏହି ଦୁଇଟି ବିଭାଗ ପରସ୍ପର ଠାରୁ ପୃଥକ ରହିବ।

ଗୋଟିଏ ଦିନ ପୂର୍ବରୁ ଜୋମାଟୋ ଏହାର ଗ୍ରାହକଙ୍କ ପାଇଁ ଶାକାହାରୀ ଖାଦ୍ୟ ବିତରଣ ସୁବିଧା ଆରମ୍ଭ କରିଥିଲା। ଜୋମାଟୋ ପ୍ରତିଷ୍ଠାତା ତଥା ସିଇଓ ଦୀପିନ୍ଦର ଗୋୟଲ ସମ୍ପୂର୍ଣ୍ଣ ଶାକାହାରୀ ଖାଦ୍ୟ ବିତରଣ ସେବା ଆରମ୍ଭ କରିବାକୁ ଘୋଷଣା କରିଥିଲେ। ସମ୍ପୂର୍ଣ୍ଣ ଶାକାହାରୀ ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ସେବା ଆରମ୍ଭ କରିଥିଲା। ଏନେଇ ସିଇଓ ଗୋୟଲ କହିଥିଲେ ଯେ ଦେଶରେ ଶତପ୍ରତିଶତ ଶାକାହାରୀ ଖାଦ୍ୟ ଅନୁସରଣ କରିବା ପରେ ଅନଲାଇନ୍ ପ୍ଲାଟଫର୍ମ ଗ୍ରାହକଙ୍କ ପାଇଁ ଶୁଦ୍ଧ ଭୋଜନ ସେବା ଆରମ୍ଭ କରିଥିଲା।

Read More
{}{}