Home >>Zee Odisha

Ukraine Russia War:କଣ ବର୍ଷେ ଧରି ଲଢିବା ପରେ ଆତ୍ମସମର୍ପଣ କରିବ ୟୁକ୍ରେନ୍ ?

ଋଷ-ୟୁକ୍ରେନ ଯୁଦ୍ଧକୁ ଫେବ୍ରୁଆରୀ ମାସରେ ବର୍ଷେ ପୁରିବ।  ମାତ୍ର ମାସକ ଭିତରେ ୟୁକ୍ରେନକୁ ଧୁଳି ଚଟାଇବା ଆଶା ନେଇ ଯାଇଥିବା ପୁତିନଙ୍କ ପାଇଁ ୟୁକ୍ରେନ ଏକ ଅସମାହିତ ପ୍ରଶ୍ନ ହୋଇ ରହିଛନ୍ତି। ୟୁକ୍ରେନ ପାଖାପାଖି ବର୍ଷେ ହେଲା ଋଷ ସେନାକୁ ଟକ୍କର ଦେଇ ଆସୁଛି। ତେବେ ଏବେ ଯେଉଁ ଖବର ଆସୁଛି ତାହା ୟୁକ୍ରେନ କିମ୍ବା ଆମେରିକା ପାଇଁ ଭଲ ନୁହ

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Dec 23, 2023, 11:07 PM IST
Share

Ukraine Russia War:ଋଷ-ୟୁକ୍ରେନ ଯୁଦ୍ଧକୁ ଫେବ୍ରୁଆରୀ ମାସରେ ବର୍ଷେ ପୁରିବ।  ମାତ୍ର ମାସକ ଭିତରେ ୟୁକ୍ରେନକୁ ଧୁଳି ଚଟାଇବା ଆଶା ନେଇ ଯାଇଥିବା ପୁତିନଙ୍କ ପାଇଁ ୟୁକ୍ରେନ ଏକ ଅସମାହିତ ପ୍ରଶ୍ନ ହୋଇ ରହିଛନ୍ତି। ୟୁକ୍ରେନ ପାଖାପାଖି ବର୍ଷେ ହେଲା ଋଷ ସେନାକୁ ଟକ୍କର ଦେଇ ଆସୁଛି। ତେବେ ଏବେ ଯେଉଁ ଖବର ଆସୁଛି ତାହା ୟୁକ୍ରେନ କିମ୍ବା ଆମେରିକା ପାଇଁ ଭଲ ନୁହେଁ। ଆମେରିକା ଓ ନାଟୋ ଦେଶରୁ ସାହାଯ୍ୟ ଭାବେ ପାଇଥିବା  ୟୁକ୍ରେନର ଅସ୍ତ୍ରଶସ୍ତ୍ର ଏବେ ଶେଷ ହେବାକୁ ଯାଉଛି। ରିପୋର୍ଟ ଅନୁଯାୟୀ, ରୁଷ୍ ସହ ଲଢ଼ିବା ପାଇଁ ୟୁକ୍ରେନ ପାଖରେ ମାତ୍ର ୭ ଦିନର ଅସ୍ତ୍ରଶସ୍ତ୍ର ବାକି ରହିଛି। ୟୁକ୍ରେନ ଅସ୍ତ୍ରଶସ୍ତ୍ରତାଲିକା ଜାରି କରି ପାଶ୍ଚାତ୍ୟ ଦେଶଗୁଡ଼ିକୁ ନୂଆ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ମାଗିଥିଲେ ହେଁ ଜେଲେନସ୍କିଙ୍କ ସହଯୋଗୀମାନେ ନିଜ ଅସହାୟତା ବ୍ୟକ୍ତ କରିଛନ୍ତି । ଏହାର ଅର୍ଥ କ'ଣ ଜାନୁଆରୀରେ ୟୁକ୍ରେନର ପରାଜୟ ନିଶ୍ଚିତ?

ୟୁକ୍ରେନ ଆମେରିକାର ଏମ୧୪୨ ହିମାର୍ସ ରକେଟ୍ ସିଷ୍ଟମ, ଟ୍ୟାକ୍ଟିକାଲ୍ ମିସାଇଲ ସିଷ୍ଟମ ଏଟିଏସିଏମଏସ, ହାର୍ପୁନ କ୍ଷେପଣାସ୍ତ୍ର, ବ୍ରିଟେନର ଷ୍ଟର୍ମ ଶେଡୋ କ୍ରୁଜ୍ କ୍ଷେପଣାସ୍ତ୍ର, ବ୍ରିଟେନର ଲାଙ୍ଗର-୨ ଟ୍ୟାଙ୍କ, ଆମେରିକାର ବ୍ରାଡଲି ଯୁଦ୍ଧ ଯାନ, ସ୍ୱିଡେନର ସିଭି-୯୦ ଯୁଦ୍ଧ ଯାନ, ଫ୍ରାନ୍ସ ଏବଂ ଡେନମାର୍କର ସିଜର-ସ୍ୱୟଂ ଚାଳିତ ତୋପ ସମେତ ଅନ୍ୟ ଦେଶର ୨୪ଟି ଅସ୍ତ୍ରଶସ୍ତ୍ରର ତାଲିକା ଜାରି କରିଛି। ଏଥିରେ ଆମେରିକା, କାନାଡା ଓ ଅଷ୍ଟ୍ରେଲିଆର ଏମ୍ ୭ ତୋପ ଭଳି ଅନେକ ବିପଜ୍ଜନକ ଅସ୍ତ୍ରଶସ୍ତ୍ର ରହିଛି।

 

ଏହି ଅସ୍ତ୍ରଶସ୍ତ୍ର ବିନା ରୁଷିଆ ବିରୋଧରେ ଲଢୁଥିବା ୟୁକ୍ରେନ ଅସହାୟ ହେବ ବୋଲି ବିଶ୍ୱାସ କରାଯାଉଛି । ଏହି ଅସ୍ତ୍ରଶସ୍ତ୍ର ପାଇଁ ୟୁକ୍ରେନ ପାଖରେ ଆଉ ଗୋଳାବାରୁଦ ନାହିଁ। ୟୁକ୍ରେନକୁ ଅଧିକ ଅସ୍ତ୍ରଶସ୍ତ୍ର ଦେବାକୁ ମନା କରିଥିବା ଦେଶମାନଙ୍କ ମଧ୍ୟରେ ଆମେରିକା, ବ୍ରିଟେନ ଏବଂ ଜର୍ମାନୀ ଅଛନ୍ତି, ଯେଉଁମାନେ ଯୁଦ୍ଧରେ ୟୁକ୍ରେନର ପ୍ରମୁଖ ସହାୟକ ହୋଇଛନ୍ତି।

ବିନା ଅସ୍ତ୍ରଶସ୍ତ୍ରରେ କେମିତି ଲଢ଼ିବେ ଯୁଦ୍ଧ ?

ଅସ୍ତ୍ରଶସ୍ତ୍ର ସରିବା ପରେ ପ୍ରଶ୍ନ ଉଠୁଛି, ବିନା ଅସ୍ତ୍ରଶସ୍ତ୍ରରେ ୟୁକ୍ରେନ୍ କିପରି ରୁଷ୍ ସହ ଲଢ଼ିବ? ୟୁକ୍ରେନର ଅସ୍ତ୍ରଶସ୍ତ୍ରର ଅଭାବ ପାଇଁ  କ'ଣ ଜେଲେନସ୍କିଙ୍କ ଆତ୍ମସମର୍ପଣ ପାଇଁ ପ୍ରସ୍ତୁତି କରୁଛନ୍ତି ? ଏହି ସମୟରେ ୟୁକ୍ରେନକୁ ବ୍ୟାପକ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ରହିଛି। ବିଶେଷ କରି ସ୍ଥଳଯୁଦ୍ଧ ଲଢ଼ିବା ପାଇଁ ୟୁକ୍ରେନକୁ ବର୍ତ୍ତମାନ ଭଲ ଆର୍ଟିଲାରିର ନିହାତି ଆବଶ୍ୟକତା ରହିଛି, କିନ୍ତୁ ନାଟୋର ଆର୍ଟିଲାରି ଅକାମୀ ହେବାରେ ଲାଗିଛି। କାରଣ ନାଟୋ ଦେଶମାନଙ୍କ ପାଖରେ ମଧ୍ୟ ଅସ୍ତ୍ରଶସ୍ତ୍ରର ଅଭାବ ରହିଛି।

ଅସ୍ତ୍ରଶସ୍ତ୍ର ଯୋଗାଣ ହ୍ରାସ କଲେ ୟୁରୋପୀୟ ଦେଶ

ୟୁରୋପୀୟ ଦେଶମାନେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଦେବା ବହୁତ ହ୍ରାସ କରିଛନ୍ତି କିମ୍ବା ପ୍ରାୟ ବନ୍ଦ କରିଦେଇଛନ୍ତି । ଅସ୍ତ୍ରଶସ୍ତ୍ର ର ଅଭାବ ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ଚିନ୍ତା ବଢାଇଦେଇଛି । ରୁଷ୍ ବିରୋଧରେ ଯୁଦ୍ଧକୁ ଜିତିବା ପାଇଁ  ୟୁକ୍ରେନର ଗୋଳାବାରୁଦ ଦରକାର।

ଏକ ରିପୋର୍ଟ ଅନୁଯାୟୀ, ୟୁରୋପୀୟ ଦେଶଗୁଡ଼ିକ ୟୁକ୍ରେନକୁ ସାହାଯ୍ୟ କରିବାରେ ଅସମର୍ଥ ହେବା ପଛର କାରଣ ହେଉଛି ନିଜର ଅସ୍ତ୍ରଶସ୍ତ୍ର ଭଣ୍ଡାର ହ୍ରାସ  । ଇତିମଧ୍ୟରେ ୧୩୦ରୁ ଅଧିକ ୟୁରୋପୀୟ ସାଂସଦ ଆମେରିକାକୁ ସମର୍ଥନ ଜାରି ରଖିବାକୁ ଅନୁରୋଧ କରିଛନ୍ତି। ଏଥିରୁ ସ୍ପଷ୍ଟ ଯେ ୟୁକ୍ରେନ୍ ଯୁଦ୍ଧ କାଳରେ ଫସିଯାଇଛି, ଯେଉଁଠାରେ ଏବେ ଏହା ସବୁଠାରୁ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛି

 

Read More
{}{}