Hindi News >>Home >>Zee Odisha

Matthew Miller:ଭାରତରେ ସିଏଏ ଲାଗୁକୁ ନେଇ କ’ଣ କହିଲା ଆମେରିକା ?

 ଭାରତରେ ନାଗରିକl ସଂଶୋଧନ ଅଧିନିୟମ ଅର୍ଥାତ CAA କାର୍ଯ୍ୟକାରୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଜାରି ପରେ ସରକାର ଏହାକୁ ଲାଗୁ କରିବା ପାଇଁ ୱେବସାଇଟ୍ ମଧ୍ୟ ଆରମ୍ଭ କରିଛନ୍ତି । ତେବେ ଏହା ଭିତରେ ମୁସଲିମ୍ ଲିଗ୍ ଭଳି ଦଳ ସିଏଏକୁ ବିରୋଧ କରି ସୁପ୍ରିମକୋର୍ଟରେ ପହଂଚି ସାରିଛି । କେବଳ ଦେଶ ନୁହେଁ ଦେଶ ବାହାରେ ମଧ୍ୟ ସିଏଏକୁ ନେଇ ପ୍ରତିକ୍ରିୟା ଆସୁଛି ।

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Mar 15, 2024, 10:01 PM IST
Share

Matthew Miller: ଭାରତରେ ନାଗରିକl ସଂଶୋଧନ ଅଧିନିୟମ ଅର୍ଥାତ CAA କାର୍ଯ୍ୟକାରୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଜାରି ପରେ ସରକାର ଏହାକୁ ଲାଗୁ କରିବା ପାଇଁ ୱେବସାଇଟ୍ ମଧ୍ୟ ଆରମ୍ଭ କରିଛନ୍ତି । ତେବେ ଏହା ଭିତରେ ମୁସଲିମ୍ ଲିଗ୍ ଭଳି ଦଳ ସିଏଏକୁ ବିରୋଧ କରି ସୁପ୍ରିମକୋର୍ଟରେ ପହଂଚି ସାରିଛି । କେବଳ ଦେଶ ନୁହେଁ ଦେଶ ବାହାରେ ମଧ୍ୟ ସିଏଏକୁ ନେଇ ପ୍ରତିକ୍ରିୟା ଆସୁଛି । ଆମେରିକାଠାରୁ ପାକିସ୍ତାନ ସମସ୍ତେ ସିଏଏକୁ ନେଇ ନିଜ ନିଜ ହିସାବରେ ପ୍ରତିକ୍ରିୟା ଦେଉଛନ୍ତି ।  ଆସନ୍ତୁ ଜାଣିବା ସିଏଏକୁ ନେଇ ଆମେରିକା କ’ଣ କହିଛି । ଆଉ ଏହା ମଧ୍ୟ ଜାଣିବା ପାକିସ୍ତାନ ଏଥିରେ କାହିଁକି ମୁଣ୍ଡ ଖେଳାଉଛି ଓ କେମିତି ଭାରତକୁ ଉପଦେଶ ଦେଉଛି ।

 ଗୁରୁବାର ଦିନ ଆମେରିକା ସିଏଏକୁ ନେଇ ନିଜ ପ୍ରତିକ୍ରିୟା ରଖିଛି । ଆମେରିକା କହିଛି ଯେ ଏହା ଭାରତରେ CAA ର ବିଜ୍ଞପ୍ତିକୁ ନେଇ ଚିନ୍ତିତ ଏବଂ ଏହାର କାର୍ଯ୍ୟକାରିତା ଉପରେ ତୀକ୍ଷ୍ଣ ନଜର ରଖିଛି। ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ମାଥ୍ୟୁ ମିଲର ତାଙ୍କ ଦୈନିକ ପ୍ରେସ୍ ବ୍ରିଫିଂରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ଏହା କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ମାଥ୍ୟୁ ମିଲର କହିଛନ୍ତି ଯେ ଏହି ଆଇନ କିପରି କାର୍ଯ୍ୟକାରୀ ହେଉଛି ତା’ଉପରେ ଆମେରିକା ନଜର ରଖିଛି। ସେ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପ୍ରତି ସମ୍ମାନ ଏବଂ ସମସ୍ତ ସମ୍ପ୍ରଦାୟ ପାଇଁ ଆଇନ ଅନୁଯାୟୀ ସମାନ ବ୍ୟବହାର ହେଉଛି   ଗଣତାନ୍ତ୍ରିକ ନୀତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନର ବିବୃତ୍ତି ମଧ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ହିନ୍ଦୁ ଆମେରିକୀୟ ଗୋଷ୍ଠୀ ଭାରତରେ CAA ର କାର୍ଯ୍ୟକାରିତାକୁ ସ୍ୱାଗତ କରିଛନ୍ତି।

ପାକିସ୍ତାନ CAA କୁ ଭେଦଭାବକାରୀ ବୋଲି କହିଛି

ଆମେରିକା ପୂର୍ବରୁ ପାକିସ୍ତାନ ମଧ୍ୟ CAA ସମ୍ପର୍କରେ ଏକ ବିବୃତ୍ତି ଦେଇଛି। ପାକିସ୍ତାନ ଏହି ଆଇନକୁ ଭେଦଭାବପୂର୍ଣ୍ଣ ବୋଲି କହିଛି। ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ମମତାଜ ଜାହରା ବାଲୋଚ କହିଛନ୍ତି ଯେ ଏହି ଆଇନ ନାଗରିକଙ୍କ ସହିତ ଧର୍ମୀୟ  ବିଶ୍ୱାସ ଆଧାରରେ  ଭେଦଭାବ କରେ। ସେ ଅଭିଯୋଗ କରିଛନ୍ତି ଯେ  ମୁସଲମାନ ଦେଶମାନଙ୍କରେ ଅଳ୍ପସଂଖ୍ୟକ ଲୋକଙ୍କୁ ଅତ୍ୟାଚାର କରାଯାଉଛି,ଏମିତି ଏକ ଭୁଲ ବିଶ୍ୱାସ ଉପରେ ଆଧାରିତ ଭାରତର ଏହି ଆଇନ ଆଧାରିତ ।

ମୁସଲମାନମାନଙ୍କ ସହ ଆଇନର କୌଣସି ସମ୍ପର୍କ ନାହିଁ ବୋଲି ଭାରତ ସରକାର କହିଛନ୍ତି

ଏହି ସପ୍ତାହ ମାର୍ଚ୍ଚ 11 ରେ ଭାରତ ସରକାର ନାଗରିକତା (ସଂଶୋଧନ) ଅଧିନିୟମ 2019 କାର୍ଯ୍ୟକାରୀ କରିଥିଲେ। ଯେଉଁଥିପାଇଁ ଡିସେମ୍ବର 31, 2014 ପୂର୍ବରୁ ଭାରତ ଆସିଥିବା ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଅଣ-ମୁସଲମାନ ପ୍ରବାସୀମାନେ ନାଗରିକତ୍ୱ ପାଇବେ। ଏହି ଆଇନ ଉପରେ ବଢୁଥିବା ବିରୋଧ ମଧ୍ୟରେ ସରକାର ଏକ ପ୍ରେସ ବିବୃତ୍ତି ଜାରି କରି କହିଛନ୍ତି ଯେ ଭାରତୀୟ ମୁସଲମାନମାନେ ଏହାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ କାରଣ CAA ସେମାନଙ୍କ ନାଗରିକତ୍ୱ ଉପରେ ପ୍ରଭାବ ପକାଇବ ନାହିଁ। ଭାରତ ସରକାର କହିଛନ୍ତି ଯେ  ଭାରତ ବାହାରୁ ତିନୋଟି ଦେଶରୁ ଆସିଥିବା ବ୍ୟକ୍ତିଙ୍କୁ ନାଗରିକତା ଦେବା ବାବଦରେ CAA କହୁଛି । ଦେଶର କୌଣସି ନାଗରିକ ଏହି କାରଣରୁ ନାଗରିକତା ହରାଇବେ ନାହିଁ ।

Read More
{}{}