Hindi News >>Home >>Zee Odisha

Nuclear Missiles:ନୂଆ ସ୍ଥାନରେ କ’ଣ ପାଇଁ ପରମାଣୁ ଅସ୍ତ୍ର ମୁତୟନ କରୁଛନ୍ତି ଆମେରିକା ଓ ଋଷ ?

ଆଣବିକ ଅସ୍ତ୍ରର ପ୍ରଦର୍ଶନ ଶକ୍ତି ପ୍ରଦର୍ଶନ । ପରମାଣୁ ଶକ୍ତି ବିଶିଷ୍ଟ ରାଷ୍ଟ୍ର ନିଜ ଶକ୍ତି ଦେଖାଇବାର କୌଣସି ମୌକା ହାତଛଡା କରନ୍ତି ନାହିଁ । ଏଭଳି ପରିସ୍ଥିତିରେ ୟୁକ୍ରେନ୍ ଓ ଇରାନ ସଂକଟ ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି । କାରଣ ଏହାକୁ ଆଳ କରି ଆମେରିକା ଓ ଋଷ ନିଜ ପରମାଣୁ ଅସ୍ତ୍ରକୁ ନୂଆ ସ୍ଥାନରେ ମୁତ୍ତୟନ କରିବା ଆରମ୍ଭ କରିଛନ

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Feb 02, 2024, 09:20 PM IST
Share

Nuclear Missiles:

ଆଣବିକ ଅସ୍ତ୍ରର ପ୍ରଦର୍ଶନ ଶକ୍ତି ପ୍ରଦର୍ଶନ । ପରମାଣୁ ଶକ୍ତି ବିଶିଷ୍ଟ ରାଷ୍ଟ୍ର ନିଜ ଶକ୍ତି ଦେଖାଇବାର କୌଣସି ମୌକା ହାତଛଡା କରନ୍ତି ନାହିଁ । ଏଭଳି ପରିସ୍ଥିତିରେ ୟୁକ୍ରେନ୍ ଓ ଇରାନ ସଂକଟ ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି । କାରଣ ଏହାକୁ ଆଳ କରି ଆମେରିକା ଓ ଋଷ ନିଜ ପରମାଣୁ ଅସ୍ତ୍ରକୁ ନୂଆ ସ୍ଥାନରେ ମୁତ୍ତୟନ କରିବା ଆରମ୍ଭ କରିଛନ୍ତି । ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଚାହାନ୍ତି ନାହିଁ ଯେ, ଅନ୍ୟକୌଣସି ରାଷ୍ଟ୍ର ଏହି ଅସ୍ତ୍ର ହାସଲ କରି ଶକ୍ତି ସନ୍ତୁଳନକୁ ପ୍ରଭାବିତ କରୁ । ଇସ୍ରାଏଲ ଓ ଚୀନ୍ ଇରାନ ପରମାଣୁ ଶକ୍ତି ହାସଲ କରୁ ବୋଲି ଚାହାନ୍ତି ନାହିଁ । ସେହିଭଳି ବ୍ରିଟେନରେ ଆମେରିକାର ପରମାଣୁ ଅସ୍ତ୍ର ମୁତୟନକୁ ଋଷ ପସନ୍ଦ କରୁନାହିଁ । ଅନ୍ୟପକ୍ଷରେ ବେଲାରୁସରେ ଋଷର ପରମାଣୁ ଅସ୍ତ୍ର ମୁତୟନକୁ ନେଇ ଆମେରିକା ଚିନ୍ତିତ ।

15 ବର୍ଷ ପରେ ୟୁରୋପରେ ଆମେରିକୀୟ ପରମାଣୁ ଅସ୍ତ୍ର

ବର୍ତ୍ତମାନ ଋଷର ଉପ ବେୈଦେଶିକ ମନ୍ତ୍ରୀ ଥିବା ସାର୍ଗେଇ ରୟାଭକୋଭ ବ୍ରିଟେନରେ ଆମେରିକୀୟ ପରମାଣୁ ଅସ୍ତ୍ର ମୁତୟନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ, ଆମେରିକାର ଆଣବିକ ଅସ୍ତ୍ର ବ୍ରିଟେନକୁ ଫେରିବା ଏକ ବିପଜ୍ଜନକ ପଦକ୍ଷେପ ହେବ। ସେ ବିଶ୍ୱାସ କରନ୍ତି ଯେ ଯଦି ଏହା ଘଟେ, ତେବେ ଏହା ୟୁରୋପର ସୁରକ୍ଷାକୁ ଦୁର୍ବଳ କରିବା ଭଳି ଘଟଣା ହେବ ।

ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ବିଭିନ୍ନ ଗଣମାଧ୍ୟମରେ କୁହାଯାଇଛି ଯେ ଋଷ ପଟୁଥିବା  ବିପଦକୁ ଦୃଷ୍ଟିରେ ରଖି ଆମେରିକା ବ୍ରିଟେନରେ ମଧ୍ୟ ଆଣବିକ ଅସ୍ତ୍ର ନିୟୋଜନ କରିବାକୁ ଚିନ୍ତା କରୁଛି। ଯଦି ଏହା ଘଟେ,ତେବେ ଗତ 15 ବର୍ଷ ମଧ୍ୟରେ ଏଭଳି ପ୍ରଥମ ଥର ପାଇଁ ହେବ ।

ହିରୋସିମା ଠାରୁ 3 ଗୁଣ ଅଧିକ ଶକ୍ତିଶାଳୀ

ଏକ ରିପୋର୍ଟ ଅନୁଯାୟୀ, ବ୍ରିଟେନରେ ଆମେରିକା ଯେଉଁ ଆଣବିକ ଅସ୍ତ୍ର ମୁତୟନ କରିବାକୁ  ଯୋଜନା କରୁଛି, ତାହା ହିରୋସିମା ଉପରେ ପକାଯାଇଥିବା ବୋମାଠାରୁ ତିନି ଗୁଣ ଅଧିକ ଶକ୍ତିଶାଳୀ । ଏହାକୁ ସଫୋଲ୍କର ଆରଏଏଫ ଲାକେନହିଥରେ ମୁତୟନ କରାଯିବ ।  2008 ପର୍ଯ୍ୟନ୍ତ, ଆମେରିକା ସେହି ସମାନ ସ୍ଥାନରେ ନିଜର ପରମାଣୁ ଅସ୍ତ୍ର ମୁତୟନ କରିଥିଲା । ତେବେ ଋଷ ପଟୁ ବିପଦ ଆଶଙ୍କା କମିବା ପରେ ପରମାଣୁ ଅସ୍ତ୍ରକୁ ହଟାଇ ଦିଆଯାଇଥିଲା ।

ନାଟୋକୁ ଋଷ ଚେତାବନୀ

ଆମେରିକାର ଏହି ନିଷ୍ପତ୍ତି ୟୁରୋପ ଏବଂ ଋଷ ସମେତ ସମଗ୍ର ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ହେବ । ଋଷର ଉପ ବୈଦେଶିକ ମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯେ ଏହା ଏଭଳି ଏକ ନିଷ୍ପତ୍ତି ଯାହା ସମଗ୍ର ଅଞ୍ଚଳକୁ ଅସ୍ଥିର କରିବ। ସର୍ଗୋଇ ଆହୁରି ମଧ୍ୟ ବିଶ୍ୱାସ କରନ୍ତି ଯେ ଏଭଳି କୌଣସି ପଦକ୍ଷେପ ଆମେରିକା କିମ୍ବା ବ୍ରିଟେନର ସୁରକ୍ଷା ସ୍ୱାର୍ଥରେ କଦାପି ହେବ ନାହିଁ।

ବ୍ରିଟେନ କଣ ପାଇଁ ଚିନ୍ତିତ?

କେତେକ ଥିଙ୍କ ଟ୍ୟାଙ୍କ ସମେତ ସୁରକ୍ଷା ବିଶେଷଜ୍ଞମାନେ ବ୍ରିଟେନକୁ ପରାମର୍ଶ ଦେଇଛନ୍ତି ଯେ ଯଦି ନାଟୋ ଏବଂ ଋଷ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜେ ତେବେ ବ୍ରିଟେନ ପରମାଣୁ ଶକ୍ତି ସହିତ ପ୍ରସ୍ତୁତ ହେବା ଉଚିତ। ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ ମଧ୍ୟ କିଛି ସାଧାରଣ ନାଗରିକ ଏବଂ ରିଜର୍ଭ ଫୋର୍ସକୁ ଖୁବ୍ ଶୀଘ୍ର ସେନାରେ ନିଯୁକ୍ତ କରିବାକୁ ଚିନ୍ତା କରିପାରେ। ବର୍ତ୍ତମାନ ଦେଶରେ 74 ହଜାର ସୈନିକ ନିୟୋଜିତ ହୋଇଥିବାବେଳେ ପ୍ରାୟ 45 ହଜାର ରିଜର୍ଭ ସୈନିକ ଅଛନ୍ତି।

ବେଲାରୁଷରେ ଋଷୀୟ ପରମାଣୁ ମିଶାଇଲ

ଋଷ ଏବେ ବ୍ରିଟେନରେ ପରମାଣୁ ଅସ୍ତ୍ର ମୁତୟନକୁ ନେଇ ଆମେରିକାକୁ ଚେତାବନୀ ଦେଉଛି । କିନ୍ତୁ ୟୁକ୍ରେନ ଯୁଦ୍ଧ ପରେ ଖୋଦ ଋଷ ନିଜର ପଡୋଷୀ ରାଷ୍ଟ୍ର ବେଲାଋଷରେ ପରମାଣୁ ଅସ୍ତ୍ର ମୁତୟନ କରିଥିଲା । ୟୁକ୍ରେନ ସହିତ ନାଟୋକୁ ଭୟଭୀତ କରିବା ଥିଲା ଋଷର ନୀତି । ଏବେ ସମାନ ନୀତି ଆମେରିକା ଆପଣାଇଛି ବୋଲି କୁହାଯାଉଛି ।

Read More
{}{}