ବାତ୍ୟା ‘ଦାନା’ ଚାଲି ଯାଇଛି ସତ କିନ୍ତୁ ଲୋକଙ୍କ ପାଇଁ ଛାଡ଼ି ଯାଇଛି ଅନେକ ସମସ୍ୟା। ଅତ୍ୟଧିକ ପବନ ଓ ବର୍ଷା ଫଳରେ ଏବେ ନାନାଦି ସମସ୍ୟାର ସାମ୍ନା କରୁଛନ୍ତି ଲୋକେ। କାହାର ଘର ଭିତରେ ପାଣି ପଶି ଚାଳ ଛପର ଉଡ଼ି ଯାଇଛି ତ କେଉଁଠି ଚାଷ ଜମିରେ ଏବେ ଆଣ୍ଠୁଏ ଆଣ୍ଠୁଏ ପାଣି। ହଜାର ହଜାର ହେକ୍ଟର ଜମିରେ ଧାନଫସଲ ଶୋଇ ପଡ଼ିଥିବା ବେଳେ ୪ ଶହ ହେକ୍ଟରରୁ ଅଧିକ ଜମିରେ ଧାନଗଛ ସଂପୂର୍ଣ୍ଣ ବୁଡ଼ିରହିଛି।