Videos

Odisha Weather: ଏପ୍ରିଲ ପ୍ରଥମ ସପ୍ତାହରୁ ବଢିବ ପାରଦ, କଲବଲ ହେବ ଜୀବନ

୨୯ ତାରିଖ ପରଠୁ ସ୍ଵାଭାବିକଠାରୁ ବଢିବ ୨ରୁ ୪ ଡିଗ୍ରୀ ତାପମାତ୍ରା। ଏପ୍ରିଲ ପ୍ରଥମ ସପ୍ତାହରୁ ବଢିବ ପାରଦ। ମୁଖ୍ୟତଃ ପାଗ ଶୁଖିଲା ରହିବ, ଶୁଷ୍କ ବାୟୁ ପ୍ରବାହିତ ହେବ। ଏହା ସହ ପଶ୍ଚିମା ଝଡ଼ ପ୍ରଭାବରେ ତାପମାତ୍ରା ବୃଦ୍ଧି ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ସପ୍ତାହରେ ସ୍ଵାଭାବିକଠାରୁ ଅଧିକ ରହିବ ତାପମାତ୍ରା। ଉପକୂଳ ଓଡ଼ିଶାରେ ୩୫ରୁ ୩୭ ଡିଗ୍ରୀ ସୀମିତ ରହିବ ଓ ଆଭ୍ୟନ୍ତରୀଣରେ ୩୫ ରୁ ୩୯ ଓ ତିନି ଦିନ ପରେ କେତକ ସ୍ଥାନରେ ୪୦ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଇଛି । ୩୧ ତାରିଖ ପରଠୁ କିଛି ଜାଗାରେ ନିମ୍ନ ଚାପରେଖା ଓ ପଶ୍ଚିମା ଝଡ଼ ପ୍ରଭାବରେ କାଁ ଭାଁ ବର୍ଷା ହୋଇପାରେ।

Video Thumbnail
Share
Advertisement
Read More