Odisha Weather: ରାଜ୍ୟରେ ଡହ ଡହ ଖରା ସହ କଲବଳ କରୁଛି ତାତି । ମୌସୁମୀ ବର୍ଷାର ଲୁଚକାଳୀ ଖେଳ ମଧ୍ୟରେ ଟାଇଁ ଟାଇଁ ଖରା ସାଙ୍ଗକୁ ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ଲୋକେ । ଗତ ୩ରୁ ୪ ଦିନ ହେବ ତାତି ସାମାନ୍ୟ କମ୍ ଥିବା ବେଳେ ପୁଣି ବଢିଛି ତାତି । ତାତି ବଢୁଥିବା ବେଳେ ହିଟ୍ ୱେଭ୍ ବା ଗ୍ରୀଷ୍ମ ପ୍ରବାହ ଜାରି କଲା ପାଣିପାଗ ବିଭାଗ। ଏବେ ତାତିର ତାଉରେ ଜଳିବ ଓଡିଶା। ଆଭ୍ୟନ୍ତରୀଣ ଓଡ଼ିଶାରେ ଅସ୍ତବ୍ୟସ୍ତ କରିବ ଅସମ୍ଭାଳ ତାତି । ଆଜି ସକାଳ ୮ଟା ୩୦ ସୁଦ୍ଧା ବାଲେଶ୍ଵରର ତାପମାତ୍ରା ୩୪ ଦଶମିକ ୮ ଡିଗ୍ରୀ ପାର କରି ସବୁଠୁ ଉତ୍ତପ୍ତ ସହର ପାଲଟିଛି ।
More Videos
More Videos
More Videos
More Videos
More Videos