Ayodhya Ram Mandir: ୨୨ ଜାନୁଆରୀ ୨୦୨୪ ଭାରତ ଇତିହାସରେ ଏକ ନୂଆ ଫର୍ଦ୍ଧ ଯୋଡ଼ି ହେବାକୁ ଯାଉଛି। କାରଣ ଏହି ଦିନ ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରର ଉଦଘାଟନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହି ଉତ୍ସବ ପାଇଁ ଟ୍ରଷ୍ଟ ୨ ହଜାର ୫୦୦ ଅତିଥିଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରିଛି, ଯେଉଁମାନେ ରାମ ମନ୍ଦିରର ମହାନ ଉଦଘାଟନ ସମାରୋହ ପାଇଁ ଆମନ୍ତ୍ରିତ ହେବେ। ଏହାବାଦ୍ ସମାରୋହରେ ୪୦୦୦ ହଜାର ସନ୍ଥକୁ ମଧ୍ୟ ନିମନ୍ତ୍ରଣ ରହିଛି। ତେବେ ପ୍ରାଣ ପ୍ରତିଷ୍ଠା ପରେ ମନ୍ଦିର ୨୩ ଜାନୁଆରୀରୁ ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲାଯିବ। ତେବେ ରାମ ମନ୍ଦିର ପ୍ରତିଷ୍ଠା ନେଇ ଅନେକ ଉତ୍କଣ୍ଠାପୂର୍ଣ୍ଣ ଖବର ସାମ୍ନାକୁ ଆସୁଛି। ଏହାରି ମଧ୍ୟରେ ଗୁଜୁରାଟର ଜଣେ ହୀରା ବ୍ୟବସାୟୀ ରାମ ମନ୍ଦିର ଥିମରେ ଏକ ନେକଲେସ ତିଆରି କରିଛନ୍ତି।
More Videos
More Videos
More Videos
More Videos
More Videos