Videos

VK Pandian: ପ୍ରତି ଶନିବାର ଭଳି ଆଜିବି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାନିଧ୍ୟ ନେଲେ ଭି.କେ ପାଣ୍ଡିଆନ

ପ୍ରତି ଶନିବାର ଭଳି ଆଜି ବି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି 5t ତଥା ନବୀନ ଓଡିଶା ଅଧ୍ଯକ୍ଷ ଭିକେ ପାଣ୍ଡିଆନ। ଭିତରକାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପରିକ୍ରମା ମାର୍ଗରେ ରହିଥିବା ପବ୍ଲିକ ଟଏଲେଟ ବୁଲି ଦେଖିଥିଲେ। ତାପରେ ଜଗନ୍ନାଥ ବଲ୍ଲଭ ପିଲିଗ୍ରୀମ୍ ସେଣ୍ଟର ଅନୁଧ୍ୟାନ କରିଥିଲେ। ତେବେ ଜେବିପିସିର ପବ୍ଲିକ ଟଏଲେଟ ମଧ୍ୟ ବୁଲି ଦେଖିଥିଲେ। ଭକ୍ତମାନଙ୍କ ପାଇଁ ଉଦ୍ଧିଷ୍ଟ ପବ୍ଲିକ ଟଏଲେଟ ଯେଭଳି ଅପରିସ୍କାର ନରୁହେ ସେଥିନେଇ ତାଗିଦ କରିଥିଲେ ପାଣ୍ଡିଆନ। ତେବେ ଶ୍ରୀମନ୍ଦିର ଦୋଳବେଦୀ ନିକଟରୁ ବେଟେରୀ ଅଟୋରେ ଶ୍ରୀଦାଣ୍ଡ ଦେଇ ଜେବିପିସିରେ ପହଞ୍ଚିବା ପରେ ଭୁବନେଶ୍ୱର ଫେରିଛନ୍ତି। ତେବେ ଭିକେ ପାଣ୍ଡିଆନଙ୍କ ଗସ୍ତ ସମୟରେ ପୁରୀ ଏସପି ପିନାକ ମିଶ୍ରଙ୍କ ସହ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Video Thumbnail
Share
Advertisement
Read More