Videos

VK Pandian: ପୁରୀରେ 5T ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ

ପୁରୀରେ 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ଆଜି ପ୍ରତି ଶନିବାର ଭଳି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅର୍ଥାତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲିଭୋଗ ନିତି ଥିବାରୁ ଭୋର ୫ଟା ୧୦ରେ ଭିତରକାଠ ନିକଟରୁ ଶ୍ରୀଜୀୟୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ଉତ୍ତରଦ୍ୱାର ଦେଇ ମନ୍ଦିରରୁ ପ୍ରସ୍ଥାନ କରିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଟିକନିକ୍ ଅନୁଧ୍ୟାନ କରିଛନ୍ତି। ପରିକ୍ରମମାର୍ଗର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ସମ୍ପୂର୍ଣ ଭାବେ ଶ୍ରୀମନ୍ଦିର ଚତୁର୍ପାଶ୍ୱ ବୁଲି ନିର୍ମାଣକାର୍ଯ୍ୟର ତଦାରଖ କରିବା ପରେ ବିଭାଗୀୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି l ଶ୍ରୀଜଗନ୍ନାଥ ବଲ୍ଲଭ କମ୍ପ୍ଲେକ୍ସ ଠାରୁ ଶ୍ରୀମନ୍ଦିର ଦୋଳବେଦୀ କୋଣକୁ ସଂଯୋଗ କରୁଥିବା ଶ୍ରୀଦାଣ୍ଡ ପାଇଁ ଜମି ଅଧିଗ୍ରହଣ ସମ୍ପର୍କରେ ଆଲୋଚନା କରିବା ସହ ଶ୍ରୀଦାଣ୍ଡର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ପରିକ୍ରମା ପ୍ରକଳ୍ପ ପରିସରରେ ରହିଥିବା ୧୮ଟି ମଠର ସୌନ୍ଦର୍ଯ୍ଯକରଣ କାର୍ଯ୍ଯକୁ ବୁଲି ଦେଖିବା ସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସ୍ଥପତିଙ୍କୁ ପଚାରି ବୁଝିଥିଲେ।

Video Thumbnail
Share
Advertisement
Read More