Videos

Bhadrak Close: ଆଜି ୧୨ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା, ସକାଳ ୬ରୁ ସନ୍ଧ୍ୟା ୬ ସବୁ ଠପ୍

ଭଦ୍ରକ ବରପଦା ଇଞ୍ଜିନୟରିଙ୍ଗ୍ କଲେଜରେ ଦୀର୍ଘ ବର୍ଷ ଧରି ଚାଲିଥିବା ଅଚଳାବସ୍ଥା କୁ ନେଇ କଲେଜର କର୍ମଚାରୀ ଓ ସ୍ଥାନୀୟ ବିକାଶ ମଞ୍ଚ ପକ୍ଷରୁ ଆଜି ୧୨ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡ଼ାକରା ଦିଆଯାଇଥିବାବେଳେ, ସହରରେ ଆଂଶିକ ପ୍ରଭାବ ଦେଖିବIକୁ ମିଳିଥିଲା। ତେବେ ଘଟଣା ସ୍ଥଳରେ ପୋଲିସ ପହଁଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନରୁ ଉହରିଥିଲେ କର୍ମଚାରୀ।ଦୀର୍ଘ ବର୍ଷ ଧରି ଏହି କଲେଜ ରେ ପରିଚାଳନା କମିଟି ର ଦାୟୀତ୍ଵରେ ଥିବା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ କଲେଜର ବ୍ୟାପକ ଆର୍ଥିକ ଅନିୟମିତତା ସଂପୃକ୍ତି ଥିବା ସହ ମନମୁଖୀ କାର୍ଯ୍ୟକୁ ନେଇ କର୍ମଚାରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତେବେ ଦୁର୍ନିତୀଖୋର ପରିଚାଳନା କମିଟିକୁ ତୁରନ୍ତ ବରଖାସ୍ତ କରାଯାଇ ନୂତନ ପରିଚାଳନା କମିଟି ଗଠନ ପାଇଁ ଦାବୀ କରାଯାଇଛି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More