ଶ୍ରୀମନ୍ଦିରରେ ଏକ ବଡଧରଣର ଅଘଟଣ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଘଟଣ। ଜଣେ ଭକ୍ତ ମୋକ୍ଷ ପାଇବା ପାଇଁ ଚାହାଁଣି ମଣ୍ଡପରୁ ତଳକୁ ଡେଇଁପଡି ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଭକ୍ତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି। ତା ଦୁଇ ଗୋଡରେ ଗଭୀର ଆଘାତ ଲାଗିଛି। ପ୍ରାଥମିକ ଚିକିତ୍ସା ପରେ ଅସ୍ତିଶଲ୍ଯ ବିଭାଗରେ ଭର୍ତ୍ତି କରାଯାଇଛି। ତେବେ ଆହତ ଭକ୍ତଙ୍କ ପରିଚୟ ଜଣାପଡିଛି। ସେ ଯାଜପୁର ଅଞ୍ଚଳର ଜୀବନ ଜ୍ଯୋତି ସାମଲ। ରାତିରେ ତାଙ୍କ ପରିବାର ମେଡିକାଲରେ ପହଞ୍ଚିଛନ୍ତି। ତେବେ ପରିବାର ସଦସ୍ଯଙ୍କ କହିବା କଥା ହେଉଛି ଜୀବନ ଜ୍ଯୋତି ଚେନେଇରେ ବ୍ଯବସାୟ କରନ୍ତି। ଗୋଟିଏ କମ୍ପାନୀରେ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ।
More Videos
More Videos
More Videos
More Videos
More Videos