ପୁରୀ ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ଲଢିବେ ଜଣେ ଯୁବ ସେବାୟତ। ବୟସ ମାତ୍ର ୨୫। ବରିଷ୍ଠ ସେବାୟତ ଗୌରୀଶଙ୍କର ସିଂହାରୀଙ୍କ ପୁଅ। ଶ୍ରୀଜଗନ୍ନାଥ ଧାମର ସୁରକ୍ଷା ଓ ବିକାଶର ନାରା ନେଇ ଏଥର ନିର୍ବାଚନ ରଣାଙ୍ଗନରେ ପଦାର୍ପଣ କରିବେ। ଶ୍ରୀକ୍ଷେତ୍ର ବାସୀଙ୍କ ଉପରେ ବିଶ୍ୱାସ ରଖିଛନ୍ତି। ସମସ୍ତଙ୍କ ଆଶିର୍ବାଦ ରହିଲେ ସେ ସଫଳତା ପାଇବେ ବୋଲି କହିଛନ୍ତି। ଶ୍ରୀକ୍ଷେତ୍ର ବିଶ୍ୱ ମାନଚିତ୍ରରେ ଏକ ପ୍ରମୁଖ ଧାର୍ମିକ ପିଠ ଓ ପର୍ଯ୍ଯଟନ କ୍ଷେତ୍ର ଭାବେ ପରିଚିତ। ମାତ୍ର ଏଠାରେ ଭକ୍ତ ଓ ପର୍ଯ୍ଯଟକଙ୍କ ସମସ୍ଯା ତାଙ୍କୁ ଗଭୀର ମର୍ମାହତ କରିଥିବାରୁ ନିର୍ବାଚନରେ ସାମିଲ ହେବାକୁ ବାଧ୍ୟ ହୋଇଛନ୍ତି। ଶ୍ରୀଜଗନ୍ନାଥଙ୍କ ମାଟିରେ ଅନେକ ସମସ୍ଯା ଥିବା ବେଳେ ସମାଧାନର ବାଟ ମିଳିଲା ନାହିଁ ଫଳରେ ଏଭଳି ପଦକ୍ଷେପ ନେବାକୁ ନିର୍ବାଚନକୁ ଓହ୍ଲାଇଛି। ଜଣେ ସେବାୟତଙ୍କ ପୁଅ ହିସାବରେ ସମସ୍ତେ ମୋତେ ସହଯୋଗର ହାତ ବଢାନ୍ତୁ ଆଉ ଆଶିର୍ବାଦ ଦିଅନ୍ତୁ।
More Videos
More Videos
More Videos
More Videos
More Videos