ଜନ୍ମବେଦୀରେ ମହାବାହୁ ।ଆଜି ଶ୍ରୀଗୁଣ୍ଡିଚାର ୪ର୍ଥ ଦିନରେ ଲୋକାରଣ୍ୟ ଶ୍ରୀକ୍ଷେତ୍ର ।ଆଜି ଠାରୁ ଭକ୍ତଙ୍କୁ ଆଡ଼ପ ମଣ୍ଡପ ରେ ଦର୍ଶନ ଦେବେ ବିଶ୍ୱନିଅନ୍ତା ।ଗତକାଲି ରାତ୍ର ୧୨ ଟା ୧୦ ସୁଦ୍ଧା ଶେଷ ହୋଇଥିଲା ମହାପ୍ରଭୁଙ୍କ ପହଣ୍ଡି ନୀତି ।ଆଜି ମଙ୍ଗଳ ଆଳତି ନୀତି ପରେ ତଡପଲାଗି ଅବକାଶ ହୋଇ ଅନ୍ୟ ନୀତି ବଢିବ। ସକାଳ ଧୂପରେ ବାହାରିବ ଆଡ଼ପ ଅବଢ଼ା। ପଥ କ୍ଳାନ୍ତ ମହାପ୍ରଭୁଙ୍କ ପାଖରେ ତିନି ଦିନ ପରେ ଲାଗି ହେବ ଅବଢ଼ା ମହାପ୍ରସାଦ ।ତେଣୁ ଶ୍ରୀକ୍ଷେତ୍ରରେ ଜମିଛି ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଭିଡ।ସେପଟେ ଆଜି ସନ୍ଧ୍ୟାରେ ହେବ ମହାପ୍ରଭୁଙ୍କ ବନକ ଲାଗି ନୀତି ।ଦତ୍ତ ମହାପାତ୍ର ସେବକ ମାନେ ପ୍ରାକୃତିକ ରଙ୍ଗରେ ଶ୍ରୀମୁଖ ସିଂହାର କରି ମଳିନ ପଡ଼ିଥିବା ଶ୍ରୀମୁଖରେ ଚମକ୍ ଆଣିବେ ।ଅନ୍ୟପଟରେ ଆସନ୍ତାକାଲି ଗୁରୁବାର ହେରା ପଞ୍ଚମୀ ତିଥିରେ ରଥ ଭାଙ୍ଗିବେ ମାନମୟୀ ମହାଲକ୍ଷ୍ମୀ ।
More Videos
More Videos
More Videos
More Videos
More Videos