Aaradhya Bachchan: ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକଙ୍କ ଝିଅ ଆରାଧ୍ୟା ବଚ୍ଚନ ଏବେ ଚର୍ଚ୍ଚାରେ ଅଛନ୍ତି। ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କକୁ ନେଇ ଅନେକ ଖବର ପ୍ରକାଶ ପାଇଥାଏ । ଉଭୟଙ୍କ ଛାଡ଼ପତ୍ର ହୋଇଯିବ ବୋଲି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଛି। ଏହି ଦମ୍ପତିଙ୍କ ଅଲଗା ହେବା ନେଇ ବାରମ୍ବାର ଚର୍ଚ୍ଚା ହେଉଥିଲେ ମଧ୍ୟ ଅଭିଷେକ ବଚ୍ଚନ, ପୂରା ବଚ୍ଚନ ପରିବାର ଏବଂ ଐଶ୍ୱର୍ଯ୍ୟା ରାୟ ଏହି ପ୍ରସଙ୍ଗରେ ଚୁପ୍ ରହିଛନ୍ତି। ଏକଦା ବଲିଉଡର ପାୱାର ଯୋଡି କୁହାଯାଉଥିବା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କୁ ଦୀର୍ଘ ଦିନ ହେବ ଏକାଠି ଦେଖିବାକୁ ମିଳିନାହିଁ । ତେବେ ଏହାରି ମଧ୍ୟରେ ତାଙ୍କ ସୁପୁତ୍ରୀ ଆରାଧ୍ୟା ବଚ୍ଚନଙ୍କ ଡିପଫେକ୍ ଭିଡିଓ ଭାଇରାଲ ହେବାରେ ଲାଗିଛି।
More Videos
More Videos
More Videos
More Videos
More Videos