Videos

Weather Report: କାଳବୈଶାଖୀ ସମ୍ଭାବନା, ୨ ଦିନ ପରେ ପୁଣି କଲବଲ କରିବ ଖରା ଗରମ ଓ ଗୁଳୁଗୁଳି

Odisha Weather Report: ରାଜ୍ୟରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା ରହିଛି । କାଳବୈଶାଖୀ ବର୍ଷା ଆଣିବ ଆଶ୍ୱସ୍ତି । ଆଗାମୀ ୨ ଦିନ ସାରା ରାଜ୍ୟରେ କାଳବୈଶାଖୀ ବର୍ଷା ହେବ । ଟ୍ରପ୍ ଲାଇନ ତଥା ବଙ୍ଗୋପସାଗରରୁ ବହୁଥିବା ଆଦ୍ର ବାୟୁ ଓ ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ବାୟୁ କାଳବୈଶାଖୀ ବର୍ଷା କରାଇବ । ପାଣିପାଗର ଏହି ଦୁଇ ନିୟାମକ ଉଭୟ ଉଭୟଙ୍କ ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶିଳ ହୋଇ ଝଡ଼ ବର୍ଷା କରାଇବ । ଆଜି ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ। ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଗଂଜାମ ନୟାଗଡ ଖୋର୍ଦ୍ଧା ପୁରୀ ଏହି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏହି ଜିଲ୍ଲାରେ ୩୦ ରୁ ୪୦ କିମି ବେଗରେ ଝଡ ପବନ ସହ ବର୍ଷା ହେବା ସମ୍ଭାବନା ଦେଇଛି ବିଭାଗ ।

Video Thumbnail
Share
Advertisement
Read More