Videos

ASI On Srimandira: ଶ୍ରୀମନ୍ଦିର ହସ୍ତି ଦ୍ୱାର ଗୁମୁଟରେ ଫାଟ ପରେ ସ୍ପଷ୍ଟିକରଣ ରଖିଲା ASI

ଶ୍ରୀମନ୍ଦିର ଉତ୍ତର ଦ୍ୱାର ଅର୍ଥାତ ହସ୍ତି ଦ୍ୱାର ଗୁମୁଟରେ ଫାଟ। ଏକାଧିକ ସ୍ଥାନରେ ଫାଟ ଥିବା ବେଳେ ଫଥର ସନ୍ଦିରୁ ଖସୁଛି ଫଡାଫଡା ପଥର ଖଣ୍ଡ। ଗୁମୁଟର ପାଦଦେଶରୁ ପ୍ରାୟ ଦୁଇଫୁଟ ଉଚ୍ଚରେ ସୃଷ୍ଟି ହୋଇଛି ସାଂଘାତିକ ଫାଟ। ଏପରିକି ଗୋଟିଏ ଟନ୍ ପଥରର ଡିଜାଇନରେ ପ୍ରାୟ ଦେଢ ମିଟର ଲମ୍ବର ଫାଟ ସୃଷ୍ଟି ହୋଇଛି। ଆଉ ଏଭଳି ଫାଟ ସୃଷ୍ଟି ହୋଇଛି ଯେ ହସ୍ତି ଦ୍ୱାର ଗୁମୁଟ ପ୍ରତି ସୃଷ୍ଟି ହୋଇଛି ବିପଦ। ଏଣୁ ଏଏସଆଇ ପକ୍ଷରୁ ତୁରନ୍ତ ମରାମତି କରାନଗଲେ ଏହା ଭୁଷୁଡି ଯିବା ସମ୍ଭାବନା ରହିଛି। ତେବେ ଗୁମୁଟର ପାଦଦେଶରେ ଏହି ଗରି ଗୋଟିଏ କି ଦୁଇଟି ନୁହେଁ ଏକାଧିକ ପଥର ଫାଟି ହୁଗୁଳା ଅବସ୍ଥାରେ ରହିଛି। ତେବେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ଏଏସଆଇ ହାତରେ ଥିବା ବେଳେ ଏଭଳି ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେବା ମନ୍ଦିର ସଂରକ୍ଷଣ ଉପରେ ଉଠିଛି ପ୍ରଶ୍ନବାଚୀ। ସେପଟେ ଏଏସଆଇ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି। ଶ୍ରୀମନ୍ଦିର ଓ ପାର୍ଶ୍ଵ ଦେବାଦେବୀ ମନ୍ଦିର ମାନଙ୍କରେ ବି ମରାମତିର ଆବଶ୍ୟକତା ରହିଛି। ମାତ୍ର ଆବଶ୍ୟକତା ଦୃଷ୍ଟିରୁ ପ୍ରଥମେ ଶ୍ରୀମନ୍ଦିର ନାଟଣ୍ଡପ,ଜଗମୋହନ ,ରତ୍ନଭଣ୍ଡାର ଆଦି ଭିତର ପାର୍ଶ୍ଵ କାର୍ଯ୍ଯ ହାତକୁ ନିଆଯାଇଛି। ପରବର୍ତ୍ତୀ ସମୟରେ ବାହାର କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଏଏସଆଇ ଅଧିକାରୀ।

Video Thumbnail
Share
Advertisement
Read More