Videos

Surama Padhy: ପୁରୀ ଯାଇ ମହାପ୍ରଭୁଙ୍କ ସାନିଧ୍ୟ ନେଲେ ରାଜ୍ୟ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ

ପୁରୀ ଯାଇ ମହାପ୍ରଭୁଙ୍କ ସାନିଧ୍ୟ ନେଲେ ରାଜ୍ୟ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ।ବାଚସ୍ପତି ଭାବରେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର ପୁରୀ ଯାଇ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି । ସିଂହଦ୍ୱାରରେ ପହଞ୍ଚିବା ପରେ ତାଙ୍କୁ ସେବାୟତ ଙ୍କ ତରଫରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଧାୟିକା ଉପାସନା ମହାପାତ୍ର ଓ ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ତାଙ୍କ ସାଙ୍ଗରେ ରହିଥିଲେ ।ମହାପ୍ରଭୁଙ୍କ ସାନିଧ୍ୟ ପରେ ସେ ବେଶ୍ ଭାହାବିହ୍ୱଳ ହୋଇଥିଲେ ।ସପ୍ତଦଶ ବିଧାନସଭା ରେ ଅବସ୍ଥାପିତ ହେବାପରେ ମହାପ୍ରଭୁଙ୍କ ପାଖରେ ନିଜକୁ ସମର୍ପିତ କଲି ।ଓଡ଼ିଶାର ସାଢେ଼ ଚାରୀକୋଟି ଜନତା ଓ କୃଷକ ଙ୍କ ମଙ୍ଗଳ ପାଇଁ ମହାପ୍ରଭୁ ସହାୟ ହୁଅନ୍ତୁ ବୋଲି ସେ କହିଛନ୍ତି ।ଗୃହ ଚଳେଇବା ପାଇଁ ଗୁରୁ ଦାୟିତ୍ଵ ନିଭାଇବାକୁ ପଡିବ ।ସେଥିପାଇଁ ମହାପ୍ରଭୁଙ୍କ ଠାରୁ ଶକ୍ତି ଓ ସାମର୍ଥ୍ୟ ମାଗୁଛି ।ନିରପେକ୍ଷତାର ସହ ଗୃହ ଚଳେଇବା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି କହିଛନ୍ତି ବାଚସ୍ପତି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More