ଆଜି ରାଷ୍ଟ୍ରୀୟ ବିଜେପି ପକ୍ଷରୁ ଓଡିଶାର ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ସେଥିରେ ପୁରୀ ଜିଲ୍ଲାର ପାଞ୍ଚଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ତେବେ ପୁରୀ ଆସନରୁ ପୁଣି ଲଢିବେ ଜୟନ୍ତ କୁମାର ଷଡ଼ଙ୍ଗୀ। ୨୦୧୯ରେ ପ୍ରାୟ ତିନି ହଜାର ଭୋଟରେ ମହେଶ୍ୱର ମହାନ୍ତିଙ୍କୁ ପରାସ୍ତ କରି ବିଜୟ ମୁକୁଟ ହାସଲ କରିଥିଲେ ଜୟନ୍ତ। ପୁନର୍ବାର ପୁରୀରୁ ଲଢିବା ପାଇଁ ଦଳ ତାଙ୍କୁ ସୁଯୋଗ ଦେଇଛି। ସେପଟେ ସତ୍ଯବାଦୀରୁ ଓମ୍ ପ୍ରକାଶ ମିଶ୍ର, ପିପିଲିରୁ ଆଶ୍ରୀତ ପଟ୍ଟନାୟକ, ବ୍ରହ୍ମଗିରିରୁ ଉପାସନା ମହାପାତ୍ର ଓ ନିମାପଡାରୁ ପ୍ରଭାତୀ ପରିଡା ନିର୍ବାଚନ ଲଢିବା ଦଳ ସୁଯୋଗ ଦେଇଛି ।
More Videos
More Videos
More Videos
More Videos
More Videos