Videos

Odisha BJD Protest: ବାଲେଶ୍ୱର ଘଟଣା ମନରୁ ନଲିଭୁଣୁ ପୁଣି ପୁରୀରେ ନାବାଳିକା ସହ ଭୟଙ୍କର ଅତ୍ୟାଚାର

Odisha BJD Protest: ବାଲେଶ୍ୱର ଘଟଣା ମନରୁ ନଲିଭୁଣୁ ପୁଣି ପୁରୀରେ ନାବାଳିକା ସହ ଭୟଙ୍କର ଅତ୍ୟାଚାର । ପୁରୀ ବଳଙ୍ଗା ଥାନା ବାୟାବର ଗାଁ ରେ ନାବାଳିକା ଙ୍କୁ ନିଆଁ ଲଗାଇ ଜାଳି ଦେବା ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କଲେ ପୁରୀ ଜିଲ୍ଲାପାଳ ଚଞ୍ଚଳ ରାଣା। ଘଟଣାକୁ ଅତ୍ୟନ୍ତ ଗୁରୁତର ସହକାରେ ନିଆଯାଇଛି। ପୀଡିତ ଝିଅର ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି। ଉତ୍ତମ ଚିକିତ୍ସା ପାଇଁ ଏମ୍ସ କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରାଯାଇଛି। ପୀଡିତ ଘରକୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନଙ୍କୁ ପଠାଯାଇଛି। ପୀଡ଼ିତାଙ୍କୁ ନ୍ୟାୟ ପାଇଁ ସମସ୍ତ ଆଇନଗତ ସହାୟତା ଯୋଗାଇ ଦିଆଯିବ। ତେବେ ଏହି ଘଟଣାକୁ ନେଇ ମହିଳା ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଛି।

Video Thumbnail
Share
Advertisement
Read More