ଚଳିତ ନିର୍ବାଚନ ମହାକୁମ୍ଭରେ ଓଡିଶା ଲୋକସଭା ଓ ବିଧାନସଭା ରେ ଭାରତୀୟ ଜନତା ପାର୍ଟି ରୋଚକକର ବିଜୟ ହାସଲ ଅଭିମୂଖେ ଅଗ୍ରସର ହେଉଛି। ଯାହାକୁ ନେଇ ଦଳୀୟ କର୍ମୀ ଓ ସମର୍ଥକ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଏନେଇ ପାରାଦୀପ ବିଧାୟକ ପ୍ରାର୍ଥୀ ବିଜେପି ଦଳର ସମ୍ପଦ ସ୍ବାଇଁଙ୍କ ପ୍ରଥମ ଥର ବିଜୟ ଦ୍ବାରରେ ପହଞ୍ଚି ଥିବା ବେଳେ ଜଗତସିଂହପୁର ବିଜେପି ଦଳର ବିଧାନସଭା ପ୍ରାର୍ଥୀ ଅମରେନ୍ଦ୍ର ଦାସ୍ ବିପୁଳ ଭୋଟରେ ବିଜୟ ଦିଗରେ ଅଗ୍ରସର ହେଉଥିବା ଦେଖିବାକୁ ମିଳିଛି। ଏନେଇ ସମଗ୍ର ଜିଲ୍ଲା ସମେତ ନିର୍ବାଚନ ମଣ୍ଡଳୀରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ଜୟଶ୍ରୀ ରାମ୍ ନାରା ଓ ଭାରତୀୟ ଜନତା ପାର୍ଟି କି ଜୟ ସ୍ବରରେ ଚାରିଦିଗ ପ୍ରକମ୍ପିତ ହୋଇଛି।
More Videos
More Videos
More Videos
More Videos
More Videos