ଭଦ୍ରକ ଜିଲ୍ଲା ଆରଡି ପୀଠ ଆଖଣ୍ଡଳମଣିଙ୍କ ମନ୍ଦିର ବେଢାରେ ସେବାୟତ ତଥା ବଡପଣ୍ଡାଙ୍କ ପୁଅ ବାବାଜି ପାଢୀ ବାବାଙ୍କ ସେବାପୂଜା ସାରି ଫେରୁଥିବା ସମୟରେ ମନ୍ଦିରର ପଶ୍ଚିମଦ୍ବାର ନିକଟରେ ବିଜେପିଦଳର କିଛି ଲୋକ ରକ୍ତମୁଖା ହୋଇ ସଂଘବଦ୍ଧ ଭାବେ ବିଜେପି ହେବୁ ବିଜେପି କଥା କହିବୁ ନହେଲେ ତୋତେ ବାଡେଇକି ଏଠି ଜୀବନରୁ ମାରିଦେବୁ ଏହାକହିବା ସହ ସେବାୟତ ବାବାଜି ପାଢୀଙ୍କୁ ୪\୬ଜଣ ମାଡମାରିବା ସହ ବାଡି ଠେଙ୍ଗାରେ ବାଡେଇ ଚାଲିଥିଲେ। ସ୍ଥାନୀୟ ଲୋକଙ୍କ ଉଦ୍ଧାର କ୍ରମେ ଜୀବନ ବଞ୍ଚାଇ ଦୌଡି ପଳାଇଥିଲେ ବାବାଜି। ପରେ ବାବାଜି ଆରଡିଫାଣ୍ଡିରେ ବିଜେପି ଦଳର ଆରଡିର ମୁଖ୍ଯ ଦେବଦତ୍ତ ପାଢୀଙ୍କ ପୁଅ କାଳିଆ ପାଢୀ ତାଙ୍କ ଭାଇ ବଳରାମ, ଅଜିତ, ପଞ୍ଚୁଆ, ଶଙ୍କରର୍ଷଣ ପ୍ରମୁଖଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି।
More Videos
More Videos
More Videos
More Videos
More Videos