Videos

Jubin Nautiyal: ପୁରୀ ବେଳାଭୂମିରେ ବଲିଉଡ ସିଙ୍ଗର ଜୁବିନ ନୌଟିଆଲ୍, ଗାଇଲେ 'ତୁମେ ଚାହିଁଲ ବୋଲି ଚକାଆଖି'

Jubin Nautiyal: ତମେ ଚାହିଁଲ ବୋଲି ଚକା ଆଖି,,,ଏଭଳି ପୁରୀ ବେଳାଭୂମିରେ ବାଲୁକା କଳାକୃତି ଦେଖି ଅଭିଭୂତ ହୋଇଛନ୍ତି ବଲିଉଡର ପ୍ରଖ୍ୟାତ ଗାୟକ ଜୁବିନ ନୌଟିଆଲ l ଓଲିଉଡ଼ ସଂଗୀତ ନିର୍ଦେଶକ ପ୍ରେମାନନ୍ଦଙ୍କ ସଂଗୀତକୁ ଗାଇଥିଲେ ସିଙ୍ଗର ଜୁବିନ ନୌଟିଆଲ। ଆଜି ପୁରୀ ବେଳାଭୁମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବାଲୁକାକଳା ଦେଖି ବିଭୋର ହୋଇଛନ୍ତି ବଲିଉଡ ଗାୟକ ଜୁବିନ ନୌଟିଆଲ।ଏଥିସହ ଜୁବିନ୍ କହିଛନ୍ତି ଯେ ସେ ଜଣେ ମଧ୍ୟ କଳାକାର ଆଉ କଳାକାର ମାନେ କଳାକୁ ସମ୍ମାନ ଦେବାକଥା। ବେଳାଭୂମିରେ ନିଷ୍ଠାର ସହ ସୁଦର୍ଶନ ପ୍ରସ୍ତୁତ କରିଥିବା ମହାପ୍ରଭୁଙ୍କ ବାଲୁକାକଳାକୁ ବେଶ ପ୍ରଶଂସା କରିଛନ୍ତି ଜୁବିନ୍।ଏହି ବାଲୁକାକଳା ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା।ପର୍ଯ୍ୟଟକ ମାନେ ବେଳାଭୂମିରେ ବାଲୁକାକଳା ଦେଖିବା ସହ ବଲିଉଡ ସିଙ୍ଗର ଜୁବିନ ନୌଟିଆଲଙ୍କୁ ଦେଖି ବେଶ ଖୁସି ବ୍ୟକ୍ତ କରିଛନ୍ତି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More