Videos

Akash Ambani Visits Puri: ଶ୍ରୀମନ୍ଦିର ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ନେଲେ ବିଶିଷ୍ଟ ଶିଳ୍ପପତି ଆକାଶ ଅମ୍ବାନୀ

Akash Ambani: ବିଶିଷ୍ଟ ଶିଳ୍ପପତି ଆକାଶ ଅମ୍ବାନୀ ଶ୍ରୀମନ୍ଦିର ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ସମୟରେ ଜେଡ୍ ପ୍ଲସ ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ସେତେବେଳେ ମହାପ୍ରଭୁଙ୍କ ନିକଟରେ ସଂନ୍ଧ୍ୟା ଧୁପ ଚାଲିଥିଲା। ମୁକେଶ ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀ ୨୨ପାହାଚ ଠୁ ଆରମ୍ଭ କରି ବିଭିନ୍ନ ଦେବାଦେବୀ ମନ୍ଦିର ପରିଦର୍ଶନ କରିଥିଲେ। ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ହୋଇ ସଂନ୍ଧ୍ୟା ଧୁପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏତେ ରାତିରେ ମହାପ୍ରଭୁଙ୍କୁ ଦର୍ଶନ କରିବା ଅସମ୍ଭବ ଥିଲେ ସୁଦ୍ଧା ମହାପ୍ରଭୁଙ୍କ କୃପାରୁ ସବୁକିଛି ସମ୍ଭବ ହୋଇପାରିଲା। ଆକାଶ ଅମ୍ବାନୀ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ କିଛି ଡୋନେଶନ ପ୍ରଦାନ କରିଛନ୍ତି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More