ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବା ପୂର୍ବରୁ କାହାରି ଆଖିରେ ନିଦ ନାହିଁ। ଚାଲିଛି ସମୀକ୍ଷା ପରେ ସମିକ୍ଷା। ଲୋକାର୍ପଣ ଉତ୍ସବକୁ ଆଉ ମାତ୍ର ଛଅଦିନ ଥିବାରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଆଉ 5t ତଥା ନବୀନ ଓଡିଶା ଅଧ୍ଯକ୍ଷ ଭିକେ ପାଣ୍ଡିଆନ କରୁଛନ୍ତି ଘନଘନ ଗସ୍ତ। କାର୍ଯ୍ଯର କରୁଛନ୍ତି ଟିକନିକ୍ ଅନୁଧ୍ୟାନ। ସେପଟେ ଗତକାଲି ରାତିରେ ବି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ପୁରୀରେ ପହଞ୍ଚି କାର୍ଯ୍ଯର ତଦାରଖ କରିଛନ୍ତି। ୧୨ତାରିଖ ସୁଦ୍ଧା ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ। ୧୪ତାରିଖରେ ସୁରକ୍ଷା ଦୃଷ୍ଟିରୁ ପୁଲିସକୁ ହସ୍ତାନ୍ତର ହେବ ପରିକ୍ରମା ପ୍ରକଳ୍ପ।
More Videos
More Videos
More Videos
More Videos
More Videos