ଜଗତସିଂହପୁର ରେ ଶକ୍ତି ପଦର୍ଶନ କରିଛି ବିଜେଡି। ପ୍ରଥମ ଥର ପ୍ରଶାନ୍ତ ମୁଦୁଲିଙ୍କ ସହ ଯୋଗ ଦେଇଥିଲେ ଚିରଞ୍ଜୀବ ବିଶ୍ୱାଳ । ବିଧାୟକ ଓ ସାଂସଦ ପ୍ରାର୍ଥୀ ମାନଙ୍କ ସହ ଚିରଞ୍ଜୀବ ବିଶ୍ୱାଳ ଏହି ଶକ୍ତି ପ୍ରଦର୍ଶନରେ ଯୋଗ ଦେଇ ରୋଡ଼ ସୋ କୁ ଅଧିକ ଶକ୍ତିଶାଳୀ କରିଥିଲେ । ଶୋଭାଯାତ୍ରା ଜଗତସିଂହପୁର ସହରରେ ପହଁଚିବା ପରେ ଚର୍ଚିକା ବଜାର ନିକଟରେ ଆୟୋଜିତ ସାଧାରଣ ସଭାରେ ପ୍ରାର୍ଥୀ ମାନେ ବିଜୁ ଜନତା ଦଳର ହାତ ମୁଠାକୁ ଟାଣ କରିବା ସହିତ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ନିବେଦନ କରିଥିଲେ। ଚିରଞ୍ଜୀବ ବିଶ୍ବାଳଙ୍କ ଯୋଗଦାନ ବିଜେଡି କର୍ମୀ ମାନଙ୍କ ସହ ଚିରଞ୍ଜୀବଙ୍କ ସମର୍ଥକ ମାନଙ୍କୁ ଉତ୍ସାହିତ କରିଥିଲା । ଦୀର୍ଘ ୪ ଘଣ୍ଟା ଧରି ଏହି ବିଶାଳ ରାଲିକୁ କର୍ମୀମାନେ ସଫଳ କରିଥିବାରୁ ଚିରଞ୍ଜୀବ କର୍ମୀ ମାନଙ୍କୁ ପ୍ରସଂଶା କରିଥିଲେ । ଜିଲାର ୪ଟି ଯାକ ବିଜେଡି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଜିତେଇବାକୁ ନିବେଦନ କରିଥିଲେ ଚିରଞ୍ଜୀବ । ୧୨୦ ବିଧାୟକ ଓ ୧୫ ରୁ ଉର୍ଦ୍ଧ ସାଂସଦ ପ୍ରାର୍ଥୀ ବିଜୟ ହାସଲ କରିବେ ବୋଲି ଆଶା ପ୍ରକଟ କରିଥିଲେ ।
More Videos
More Videos
More Videos
More Videos
More Videos