Videos

Atharnala Crack: ଅବକ୍ଷୟ ମୁହାଁ ପୁରୀର ଐତିହ୍ୟ, ଅଠରନଳାରେ ଫାଟ

ଶ୍ରୀମନ୍ଦିର ନାଟମନ୍ଦିର , ରତ୍ନଭଣ୍ଡାର, ଉତ୍ତରଦ୍ୱାର ଗୁମୁଟ ପରେ ଏବେ ଐତିହ୍ୟ ଅଠରନଳାରେ ଫାଟ। ଓଲଟା ପାହାଚ ସଦୃଶ ଖଞ୍ଜା ଯାଇଥିବା ପଥରରେ ଆଂଶିକ ଫାଟ ଦେଖିବାକୁ ମିଳିଛି। ପଥରରେ ଲହଡ଼ି ମୁଦ ଦିଆଯାଇଥିବା କିଛି ସ୍ଥାନ ମଧ୍ୟ ଖାଇଗଲାଣି। ପୋଲରେ ଖଞ୍ଜା ଯାଇଥିବା କିଛି ସିଂହ ଓ ହାତୀ ମୂର୍ତ୍ତି ଭାଙ୍ଗି ଗଲାଣି। ଭୁବନେଶ୍ୱର ଆଡୁ ଆସିଲେ ୮ ନମ୍ବର ଓ ୬ ନମ୍ବର ନଳାରେ ଫାଟ ଜଳଜଳ ଦେଖାଯାଉଛି। ଏହାବ୍ୟତୀତ ଅଠରନଳାର ରିଟେନିଂ ୱାଲ ଅବସ୍ଥା ଆହୁରି ତଦ୍ରୂପ। ରିଟେନିଂ କାନ୍ଥକୁ ଧରି ରଖିଥିବା ସ୍ତମ୍ଭକୁ ଓସ୍ତଗଛ ଫଟେଇ ସାରିଲାଣି। କାନ୍ଥ ଝୁଲନ୍ତା ଅବସ୍ଥାରେ ଥିବାରୁ, ବଡ଼ ପବନର ଝଟକାରେ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି। ସେପଟେ ବାହାର ପଟକୁ ଥିବା ଦୁଇଟି ପଥରରେ ଫାଟ ଥିବା ଜଣାପଡୁଛି। ରିଟେନିଂ ୱାଲ ସ୍ତମ୍ଭ ଭାଙ୍ଗିଯିବା ସହ କାନ୍ଥରୁ ପଲସ୍ତରା ଝଡ଼ି ଇଟା ଦେଖାଯାଉଛି। ପଥର ଫାଙ୍କରେ କିଛିକିଛି ସ୍ଥାନରେ ଗୁଳ୍ମ ମଧ୍ୟ କାୟା ବିସ୍ତାର କଲେଣି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More