ସାଧାରଣ ମନୁଷ୍ଯଙ୍କ ପରି ମହାପ୍ରଭୁ ବି ଦାନ୍ତ ଘସନ୍ତି। ମଙ୍ଗଳାଳତୀ ଠାରୁ ମହାପ୍ରଭୁଙ୍କ ପହୁଡ ମଧ୍ୟରେ ଦାନ୍ତଘସା ନିତି ମଧ୍ୟ ରହିଛି। ଅବକାଶ ନିତି ସମୟରେ ମୁତୁରୀକାଠର ଦାନ୍ତକାଠିରେ ମହାପ୍ରଭୁଙ୍କ ଦାନ୍ତଘସା ନିତି ସମ୍ପର୍ଣ୍ଣ ହୋଇଥାଏ। ମୁତୁରୀକାଠର ଦାନ୍ତକାଠିକୁ ପ୍ରଥମେ ପାଣିରେ ବତୁରାଯାଏ। ତାପରେ ଦାନ୍ତକାଠିର ଉପର ଅଂଶକୁ ଛେଚାଯାଇ ନରମ କରାଯାଏ। ତାପରେ ବ୍ରସରେ ପେଷ୍ଟ ମାରିବା ପରି ଦାନ୍ତକାଠିରେ କର୍ପୂର ଲଗାଯିବା ପରେ ମହାପ୍ରଭୁ ଦାନ୍ତ ଘସିଥାନ୍ତି। ତେବେ ମହାପ୍ରଭୁଙ୍କ ଏହି ପରମ୍ପରା ଶହଶହ ବର୍ଷ ତଳୁ ରହି ଆସିଛି। କେବଳ ରତ୍ନବେଦୀରେ ନୁହେଁ ଆଡପ ମଣ୍ଡପ ଓ ରଥ ଉପରେ ବି ମହାପ୍ରଭୁଙ୍କ ଦାନ୍ତ ଘସା ନିତି ଅନୁଷ୍ଠିତ ହୋଇଥାଏ। ତେବେ ମହାପ୍ରଭୁଙ୍କ ଏହି ଦାନ୍ତକାଠିରେ ଦାନ୍ତ ଘସିଲେ ଅନେକ ରୋଗବୈରାଗରୁ ମୁକ୍ତି ମିଳିଥାଏ ବିଶ୍ୱାସ ରହିଛି।