Videos

Dev Dipabali: ଆଜି ମହାପ୍ରଭୁଙ୍କ ଦେବଦୀପାବଳିର ଶେଷ ଦିନ, ଜଳିଲା ଏକଲକ୍ଷ ଦୀପ

ଆଜି ପବିତ୍ର ମାର୍ଗଶିର ମାସ ଜ୍ଯେଷ୍ଠା ବିଛା ନକ୍ଷତ୍ର ପ୍ରତିପଦା ତିଥି। ଏହି ପବିତ୍ର ତିଥି ମହାପ୍ରଭୁଙ୍କ ଦେବଦୀପାବଳିର ଅନ୍ତିମ ଦିବସ। ଏହି ମହାପ୍ରଭୁ ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଦୀପଦାନ କରିବା ସହ ଶ୍ରାଦ୍ଧ ତର୍ପଣ କରିବେ। ତେବେ ଶ୍ରୀମନ୍ଦିରରେ ଚତୁର୍ଦ୍ଦଶୀ ଠାରୁ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି। ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ମଧ୍ୟ କରିଥାନ୍ତି । ଚତୁର୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା ରହିଆସିଛି | ମହାପ୍ରଭୁ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ଅଦିତି ଓ କଶ୍ୟପଙ୍କ ଉଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ କରିଛନ୍ତି । ତେବେ ଗତକାଲି ଦ୍ଵିତୀୟ ଦିନ ଅର୍ଥାତ ଅମାବାସ୍ୟା ତିଥିରେ ତ୍ରତୈୟା ଯୁଗର ପିତାମାତା ଦଶରଥ ଓ କୌଶଲ୍ୟାଙ୍କ ଉଦ୍ୟେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଅର୍ପଣ କରିଛନ୍ତି।

Video Thumbnail
Share
Advertisement
Read More