୫୭ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା।ବୟସ ୫୭ ପାର ହେଲାଣି। କିନ୍ତୁ ଦଶମ ଉତ୍ତୀର୍ଣ୍ଣ ହେବାର ସ୍ବପ୍ନ ତାଙ୍କୁ ପୁଣି ପରୀକ୍ଷା ହଲ୍କୁକୁ ଟାଣି ଆଣିଛି। ଛାତ୍ରଛାତ୍ରୀଙ୍କ ଭଳି ସେ ମଧ୍ୟ ବିଳମ୍ବିତ ରାତି ଯାଏ ପାଠ ପଢ଼ୁଛନ୍ତି। ପରିଣତ ବୟସରେ ବି ତାଙ୍କ ଭିତରେ ଏବେ ଜଣେ ଦଶମ ଶ୍ରେଣୀ ଛାତ୍ରୀଟିଏ ତତ୍ପର ହୋଇ ଉଠିଛି । ଦଶମ ପାସ୍ ନକରିପାରିବାର ଅବଶୋସ ଯୁଝୁଥିବା ଅନେକ ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରେରଣା ସାଜିଛନ୍ତି କାକଟପୁରର ପରିଣତ ବୟସ୍କ ପରୀକ୍ଷାର୍ଥୀ ସୁଲୋଚନା ଖଟୋଇ। ଗତବର୍ଷ ସେ କାକଟପୁର ଗାର୍ଲସ ନୋଡାଲ ହାଇସ୍କୁଲରେ ଆଡମିସନ କରିବା ପରେ ଏଥର ପରୀକ୍ଷାରେ ଅବତୀର୍ଣ୍ଣ ହୋଇଛନ୍ତି। ଏପର୍ଯ୍ୟନ୍ତ ସେ ସାହିତ୍ୟ, ଇଂରାଜୀ ଓ ଗଣିତ ପରୀକ୍ଷା ଦେଇସାରିଲେଣି। ସାହିତ୍ୟ ତାଙ୍କର ପ୍ରିୟ ବିଷୟ ହୋଇଥିବା ବେଳେ ଏଥିରେ ସେ ଭଲ କରିଥିବା କହିଛନ୍ତି। ବାସ୍ତବ ଜୀବନରେ ଯେ ପରୀକ୍ଷାର ଅନ୍ତ ନାହିଁ, ତାହା ସୁଲୋଚନାଙ୍କ ନିଷ୍ଠାଓ କଠୋର ପରିଶ୍ରମରୁ ବାରି ହୋଇ ପଡ଼ୁଛି। ସୁଲୋଚନାଙ୍କୁ ଯେବେ ୧୮ ବର୍ଷ ବୟସ ହୋଇଥିଲା ସେ ଦଶମ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ସେତେବେଳେ ସେ ନିମାପଡ଼ା ବ୍ଲକ ମଣିଜଙ୍ଗସ୍ଥିତ ପବିତ୍ର ହାଇସ୍କୁଲରେ ପଢ଼ୁଥିଲେ।
More Videos
More Videos
More Videos
More Videos
More Videos