ଆସୁଛି ନିର୍ବାଚନ। ଆଉ ପୁରୀ ସହରରେ ବଢି ଚାଲିଛି ନିଷା କାରବାର ସହ ବଡବଡ ଅପରାଧ। ଧଳାଜହର ବ୍ଯବସାୟର ହବ ପାଲଟିଛି ପୁରୀ ସହର। ତେବେ ଜିଲ୍ଲାରେ ଗତ ୨୦୨୨ ଓ ୨୦୨୩ ଦୁଇ ବର୍ଷରେ ପୁଲିସ ଏବଂ ଅବକାରୀ ବିଭାଗର ସରକାରୀ ହିସାବ ଅନୁସାରେ ମୋଟ ୧୯ କେଜି ୪୪୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୁଲ୍ଯ ପ୍ରାୟ ୨୦କୋଟି ଟଙ୍କା ହେବ। ତେବେ ନିଶା କାରବାରରେ ସମ୍ପୃକ୍ତ ୩୦୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୁଲିସ ୧୬୮ ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ୯ କେଜି ୬୪ ଗ୍ରାମ୍ ବ୍ରାଉନ୍ସଗର୍ ଜବତ କରିଥିବା ବେଳେ ଅବକାରୀ ବିଭାଗ ୧୩୬ ଜଣଙ୍କୁଠାରୁ ୧୦ କେଜି ୩୮୧ ଗ୍ରାମ ବ୍ରାଉନ୍ ଗର୍ ଜବତ କରିଛି। ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ଲାଗି ଜବତ ବ୍ରାଉନ୍ସୁଗରର ନମୁନା ପରୀକ୍ଷାଗାରକୁ ପଠାଯାଇଥାଏ। ତେବେ ପୁରୀକୁ ବ୍ରାଉନ୍ସୁଗର ଖୋର୍ଦ୍ଧାରୁ ଆସୁଥିବା ଜଣାପଡ଼ିଛି। ଖୋର୍ଦ୍ଧାର ଡିଲରମାନେ ପୁରୀ ସହରରେ ବ୍ରାଉନ୍ସୁଗର ପହଞ୍ଚାଇବା ପରେ ସାରା ଜିଲ୍ଲାକୁ ଖୁଚୁର ବ୍ୟବସାୟୀ ନେଇ କାରବାର କରିଥାନ୍ତି। ଏହି ସ୍ବତନ୍ତ୍ର ରାକେଟ୍ ଏହି କାରବାର ଚଳାଉଛି । ପୁଲିସ ଓ ଅବକାର ବିଭାଗ କେବଳ ଖୁଚୁରା ବେପାରୀଙ୍କୁ ଧରୁଥିବା ବେଳେ ବଡ଼ ବେପାରୀଙ୍କ ଧରିବାରେ ସକ୍ଷମ ହୋଇପାରୁନାହିଁ।
More Videos
More Videos
More Videos
More Videos
More Videos