Netri Suniti Mund: ଭୁବନେଶ୍ୱର ମେୟର ପ୍ରାର୍ଥିନୀ ସୁନୀତି ମୁଣ୍ଡ ମହାକୁମ୍ଭ ମେଳାରେ ଚୁଟି ପକେଇ ଲଣ୍ଡା ହୋଇଛନ୍ତି । ନିକଟରେ ସେ ନିଜ ସୋସିଆଲ ମିଡିଆରେ କିଛି ଫଟୋ ଓ ଭିଡିଓ ପୋଷ୍ଟ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସେ ଏବେ କୁମ୍ଭମେଳା ପାଇଁ ଉତ୍ତର ପ୍ରଦେଶର ପ୍ରୟାଗରାଜ ଯାଇଛନ୍ତି । ସେ ସନ୍ୟାସ ନେବାକୁ ଯାଉଛନ୍ତି ବୋଲି ବିଭିନ୍ନ ମହଲରେ ଆଲୋଚନା ଚାଲିଛି । ଗତ ବର୍ଷ ଦଳ ବିରୋଧୀ କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ବିଜେପି ନେତ୍ରୀ ସୁନୀତି ମୁଣ୍ଡଙ୍କୁ ଦଳରୁ ନିଲମ୍ୱିତ କରାଯାଇଥିଲା । ତେବେ ଏହି ଭିଡିଓ ଭାଇରାଲ ପରେ ତାଙ୍କ ସନ୍ୟାସ ହେବା କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି।