Mumbai Viral Video: ମୁମ୍ବାଇରୁ ଇଣ୍ଟରନେଟରେ ଏକ ଅଭାବନୀୟ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ସ୍କୁଲ ଛାତ୍ରୀଙ୍କୁ ଅନ୍ୟ କିଛି ଝିଅ ନିର୍ମମ ଭାବେ ଆକ୍ରମଣ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ଭିଡିଓଟି ଭର୍ସୋଭାର ୟାରି ରୋଡ୍ ଅଞ୍ଚଳରେ ସୁଟିଂ ହୋଇଥିବା କୁହାଯାଉଛି। ସାମାଜିକ କର୍ମୀ ଦୀପିକା ନାରାୟଣ ଭରଦ୍ୱାଜ ଏକ୍ସରେ ପୋଷ୍ଟ କରିଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ସ୍କୁଲ ଛାତ୍ରୀଙ୍କୁ କିଛି ଝିଅ ଦିନ ଦିବାଲୋକରେ ନିର୍ମମ ଭାବେ ମାଡ଼ ମାରୁଛନ୍ତି। ଆକ୍ରମଣ ସମୟରେ ନାବାଳିକାମାନେ ତାଙ୍କୁ ଗାଳିଗୁଲଜ କରିବା, ବିଧା ମାରିବା, ପୀଡ଼ିତାଙ୍କ କେଶ ଟାଣିବା ଏବଂ ଏକାସାଙ୍ଗରେ ଲାତ ମାରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ବେଶ ଭାଇରାଲ ହେଉଛି।
More Videos
More Videos
More Videos
More Videos
More Videos