Videos

George Tirkey: ଏଥର ଲଢ଼ିବି ଶେଷ ନିର୍ବାଚନ! ଶୁଣନ୍ତୁ କଣ କହୁଛନ୍ତି ଜର୍ଜ ତିର୍କୀ

ଏଥର ଲଢ଼ିବି ଶେଷ ନିର୍ବାଚନ! ତାହାବି ନିଜ ନିର୍ବାଚନ ମଣ୍ଡଳୀ ଅର୍ଥାତ୍ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା, ବୀରମିତ୍ରପୁର ବିଧାନସଭା ଆସନରୁ। କିନ୍ତୁ କେଉଁ ଦଳରୁ ତାହା ଆପାତତଃ ଅସ୍ପଷ୍ଟ। ଏଭଳି କିଛି ସୂଚନା ଦେଇଛନ୍ତି ଓଡ଼ିଶା ତଥା ସୁନ୍ଦରଗଡ଼ ଜିଲ୍ଲାର ଟାଣୁଆ ଆଦିବାସୀ ନେତା ଭାବେ ପରିଚିତ ବୀରମିତ୍ରପୁର ର ପୂର୍ବତନ ବିଧାୟକ ଜର୍ଜ ତିର୍କୀ। ଗତ ନିର୍ବାଚନ ରେ ଜାତୀୟ କଂଗ୍ରେସ ଦଳରୁ ପ୍ରତିନିଧିତ୍ଵ କରି ସୁନ୍ଦରଗଡ଼ ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିଲେ ଜର୍ଜ। ଏହା ପୂର୍ବରୁ ୧୯୯୫ ମସିହାରୁ,୨୦୦୦ ମସିହା , ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରୁ, ୨୦୦୯ ରୁ ୨୦୧୪ ରେ ନିର୍ଦଳୀୟ ଭାବେ ଓ ୨୦୧୪ ରେ ସମତା କ୍ରାନ୍ତି ଦଳ ନାମରେ ବୀରମିତ୍ରପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଜର୍ଜ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More