ଜଣେ ଯୁବତୀ ଗଙ୍ଗା ନଦୀରେ ପଡ଼ିଯିବା ଘଟଣା କ୍ୟାମେରାରେ କଏଦ ହେବା ପରେ ଏହା ଭାଇରାଲ ହେବାରେ ଲାଗିଛି। ହରିଦ୍ୱାରର ଗଙ୍ଗା ଘାଟରେ ଏହି ଯୁବତୀ ଜଣକ ରିଲ୍ସ ସୁଟିଂ କରୁଥିବା ବେଳେ ତାଙ୍କ ପାଦ ଖସିଯାଇଥିଲା ଯାହା ଫଳରେ ସେ ପାଣିରେ ବୁଡ଼ି ଯାଇଥିଲେ। ତାଙ୍କ ସାଥୀଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ କୁର୍ତ୍ତି ପିନ୍ଧିଥିବା ଜଣେ ଯୁବତୀ ଶିବଲିଙ୍ଗଙ୍କୁ ଧରି ମିଛରେ କିଛି ସମୟ କାନ୍ଦିଲେ ତା ପରେ ପୋଲ୍ ଉପରେ ଛିଡ଼ା ହୋଇଗଲେ। ହେଲେ ଗୋଡ଼ ଖସିଯିବାରୁ ସେ ଗଙ୍ଗା ନଦୀରେ ଭାସିଯାଇଥିଲା। ହେଲେ ସୌଭାଗ୍ୟବଶତଃ ଯୁବତୀ ଜଣକ ପହଁରି କୂଳକୁ ସୁରକ୍ଷିତ ଭାବେ ଫେରିଆସିଥିଲେ।
More Videos
More Videos
More Videos
More Videos
More Videos