Chit Fund Depositors: ଖୁବଶୀଘ୍ର ଟଙ୍କା ଫେରିପାଇବେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ । ସମସ୍ତ ଜମାକାରୀଙ୍କୁ ମିଳିବ ଟଙ୍କା । ସାମ୍ବାଦିକ ସମ୍ମିଳନୀ କରି ବଡ଼ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମିଲ । କହିଛନ୍ତି, ବିଗତ ସରକାରରେ ୧୪ ବର୍ଷ ଭିତରେ ୧୭୪ ଚିଟଫଣ୍ଡ ସଂସ୍ଥା ଓଡ଼ିଶାର ସାଧାରଣ ଲୋକଙ୍କ ଟଙ୍କା ଆତ୍ମସାତ କରିବା ପ୍ରାୟୋଜିତ ଥିଲା । ଓଡ଼ିଶାର ଲକ୍ଷାଧିକ ଲୋକଙ୍କ ବିଶ୍ବସନୀୟତା ସରକାରଙ୍କ ଉପରେ କମିଯାଇଥିଲା । ପ୍ରଥମେ କର୍ପୋସ୍ ଫଣ୍ଡ ପରେ କମିଶନ ଗଠନ କଲେ ହେଲେ ତାଙ୍କ ପ୍ରାପ୍ୟ ଫେରାଇ ପାରିଲେନି । ଆମେ ସରକାରକୁ ଆସିବା ପରେ ସଙ୍କଳ୍ପ ପତ୍ରରେ ନିଷ୍ପତ୍ତି ନେଇଥିଲୁ ।