Covid 19: Covid-19ର ନୂତନ ପ୍ରକାର JN.1 କାରଣରୁ ସଂକ୍ରମଣ ମାମଲା ବୃଦ୍ଧି ହେବାର ଆଶଙ୍କା ରହିଛି । କୁହାଯାଉଛି ଯେ, SARS-CoV-2 ର ଏହି ସବ୍-ଭାରିଆଣ୍ଟ ପାଖରେ ପ୍ରତିରକ୍ଷା ପ୍ରଣାଳୀକୁ ଚକମା ଦେବାର ଚମତ୍କାର କ୍ଷମତା ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) JN.1 କୁ 'ଭାରିଆଣ୍ଟ ଅଫ୍ କନସରର୍ଣ୍ଣ' ବା ଚିନ୍ତାର ପ୍ରକାର ଭାବରେ ଘୋଷଣା କରିଛି । JN.1 ସହିତ କରୋନାର ଅନ୍ୟ ସମସ୍ତ ଷ୍ଟ୍ରେନ୍ର ନମୁନା ଓ ତଥ୍ୟକୁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଭରତ ବାୟୋଟେକ୍ ଲିମିଟେଡ୍ କୁ ପଠାଇଛି । ଉଦ୍ଦେଶ୍ୟ ହେଉଛି SARS-CoV-2, Covid-19 ସୃଷ୍ଟି କରୁଥିବା ଜୀବାଣୁ ପାଇଁ ଏକ ଅଲରାଉଣ୍ଡର ଟିକା ତିଆରି କରିବା । ଭରତ ବାୟୋଟେକ୍ ବୈଜ୍ଞାନିକମାନେ ଏହିପରି ଟିକା ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି ଯାହା ସମସ୍ତ ପ୍ରକାର ଭାରିଆଣ୍ଟ ବିରୁଦ୍ଧରେ ପ୍ରଭାବଶାଳୀ ହେବ । ସରକାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମାମଲାର ସଂସଦୀୟ କମିଟିକୁ ନିଜର ଏହି ଉଦ୍ଦେଶ୍ୟ ବାବଦରେ ସୂଚନା ଦେଇଛନ୍ତି। କମିଟିର ରିପୋର୍ଟ ମଙ୍ଗଳବାର ଦିନ ରାଜ୍ୟସଭାରେ ଉପସ୍ଥାପିତ ହୋଇଥିଲା।
More Videos
More Videos
More Videos
More Videos
More Videos