ଶ୍ରୀମନ୍ଦିର ଭିତରେ ମହିଳା ବିଦେଶୀ ପର୍ଯ୍ୟଟକ। ସେବାୟତଙ୍କ ଦ୍ୱାରା ମହିଳା ବିଦେଶୀ ପର୍ଯ୍ୟଟକଙ୍କୁ ଚିହ୍ନଟ। ସିଂହଦ୍ଵାର ଥାନାରେ ଅଟକ ମହିଳା ବିଦେଶୀ ପର୍ଯ୍ୟଟକଙ୍କ ସମେତ ଆଉ ଜଣେ ଯୁବକ ଅଟକ। ବାଇଶିପାହାଚ ନିକଟରୁ ବିଦେଶୀନିଙ୍କୁ ଚିହ୍ନଟ କଲେ ସେବାୟତ। ସେପଟେ ଗତକିଛି ଦିନ ତଳେ ପାଞ୍ଚଜଣ ବାଙ୍ଗ୍ଲାଦେଶୀ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଯାହାକୁ ନେଇ ପୁଲିସ ସଂପୃକ୍ତ ବାଙ୍ଗ୍ଲାଦେଶୀଙ୍କୁ ଅଟକ ରଖି ଘଟଣାର ଛାନବିନ କରିଥିଲେ। ତାଙ୍କର ଆମ୍ବାସୀଙ୍କ ସହ ଆଲୋଚନା କରାଯିବା ସହ ଭିସା ଏବଂ ପାଶପୋର୍ଟ ଯାଞ୍ଚ କରାଯାଇଥିଲା। ତେବେ ସେମାନଙ୍କ ବିରୁଦ୍ଧରେ କୌଣସି ସନ୍ଦେହ ଜନକ ତଥ୍ୟ ନମିଳିବାରୁ ସେମାନଙ୍କୁ ଛାଡି ଦିଆଯାଇଥିଲା। ତେବେ ଆଜି ପୁଲିସ ଦ୍ୱାରା ଅଟକ ବିଦେଶୀ ନାଗରିକଙ୍କ ପରିଚୟ, ଭିସା ଓ ପାଶପୋର୍ଟ ଯାଞ୍ଚ କରାଯାଉଛି।
More Videos
More Videos
More Videos
More Videos
More Videos