Videos

Viral Video: ସ୍କୁଲ ଛାତ୍ରୀଙ୍କୁ ନିର୍ଦ୍ଧୁମ ମାଡ଼, ଭାଇରାଲ ହେଲା ଭିଡିଓ...

Viral Video: ଲେଡିଜ ଗ୍ୟାଙ୍ଗର ଦବଙ୍ଗଗିରି। ବିଚ୍‌ ରାସ୍ତାରେ ଘଟାଇଲେ ବର୍ବର କାଣ୍ଡ। ଜଣେ ସ୍କୁଲ ଛାତ୍ରୀଙ୍କୁ ମନ ଇଚ୍ଛା ପିଟିଛନ୍ତି ଲେଡିଜ ଗ୍ୟାଙ୍ଗର ସଦସ୍ୟ। ରାସ୍ତାରେ ଗଡ଼ାଇ ତଡ଼ାଇ ସ୍କୁଲ ଛାତ୍ରୀଙ୍କୁ ମାରିଛନ୍ତି ବିଧା, ଗୋଇଠା ଓ ମୁଥ। ଛୁଟି ଧରି ମଧ୍ୟ ଘୋଷାଡ଼ିଛନ୍ତି। ସାମାନ୍ୟ ଯୁକ୍ତି ତର୍କରୁ ସ୍କୁଲ ଛାତ୍ରୀଙ୍କୁ ଲେଡିଜ ଗ୍ୟାଙ୍ଗ ଏପରି ମାଡ଼ ମାରିଛି। ମୁମ୍ବାଇରେ ଘଟିଥିବା ଏହି ଘଟଣାର ଭିଡିଓ ବି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ, ଭେରସୋଭା ଅଞ୍ଚଳରେ ୟାରି ରୋଡରେ ଏହି ଘଟଣା ଘଟିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ସ୍କୁଲ ଡ୍ରେସରେ ଥିବା ଜଣେ ଛାତ୍ରୀଙ୍କୁ କିଛି ଝିଅ ଘେରି ରହିଛନ୍ତି। ସେମାନେ ତାଙ୍କୁ ତଳେ ପକାଇ ବିଧା ଗୋଇଠା ମାରୁଛନ୍ତି। ସମସ୍ତ ଆକ୍ରମଣକାରୀ ଓ ପୀଡ଼ିତା ନାବାଳିକା।

Video Thumbnail
Share
Advertisement
Read More